ଏ.ଆର୍.ଟି.ସି.ର ବର୍ଷ ଶେଷ ସମୀକ୍ଷା ଓ ସଂଯୋଜନା ବୈଠକ
କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଅଧୀନରେ କାର୍ଯ୍ୟରତ ଏ.ଆର୍.ଟି କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ବର୍ଷ ଶେଷ ସମୀକ୍ଷା ଓ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୋଡାଲ୍ ଅଫିସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା ପୌରୋହିତ କରି ପ୍ରତ୍ୟେକ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି ପାଖରେ ଚିକିତ୍ସା ଓ ପରାମର୍ଶ ପହଂଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଫଳରେ ଏଚ୍.ଆଇ.ଭି ମୃତ୍ୟୁ ହାର କମିବା ସମ୍ଭବ ହେବା ସହିତ ନୂତନ ସଂକ୍ରମଣ କମି ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । କେନ୍ଦ୍ରର ବରିଷ୍ଠ ମେଡିକାଲ୍ ଅଫିସର ଡାକ୍ତର ସଞ୍ଜୟ ପଟ୍ଟନାୟକ ଯୋଗଦାନ କରି ଗୁଣାତ୍ମକ ଚିକିତ୍ସା ଓ ପରାମର୍ଶ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସି.ଏସ୍.ସି. ଭିହାନ୍ ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଉତ୍କଳ ସେବକ ସମାଜର ସଂପାଦକ ଅମୀୟ ଭୂଷଣ ବିଶ୍ୱାଳ ଯୋଗଦାନ କରି ନିଜ ନିଜ ମଧ୍ୟରେ ଉତ୍ତମ ବୁଝାମଣା ଓ ସୁ ସଂପର୍କ ରଖି କାର୍ଯ୍ୟ କଲେ ନିରାକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ସହିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଚିକିତ୍ସା ଓ ପରାମର୍ଶ ବ୍ୟବସ୍ଥାରୁ ବାହାରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କୁ ପୁଣି ଥରେ ବ୍ୟବସ୍ଥା ଭିତରକୁ ଫେରେଇ ଆଣିବା ପାଇଁ ଏକ ଅଭିନବ ରଣକୌଶଳ ନିର୍ଦ୍ଧାରଣ କରାଯାଇଥିଲା ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ଏ ଦିଗରେ ଆନ୍ତରିକତାର ସହ ଯୋଗଦାନ ନିଶ୍ଚିତ କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ବୈଠକରେ କଟକ, କେନ୍ଦ୍ରାପଡା, ଯାଜପୁର ସିଟି ହସ୍ପିଟାଲର ଆଇ.ସି.ଟି.ସିର ପରାମର୍ଶଦାତା, ନର୍ସ, ଲ୍ୟାବ୍ ଟେକ୍ନିସିଆନ୍, ଡାଟା ମ୍ୟାନେଜର୍ଙ୍କ ସହିତ ସଖା, ଆହାନା, ଓମ୍ରା, ସାଇ, ଉତ୍କଳ ସେବକ ସମାଜ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
