ଗାଈକୁ ପୂଜା କରିବା ସହ ଛୁଅନ୍ତୁ ଏହି ଅଙ୍ଗ? ଜଲ୍ଦି ପୂରଣ ହେବ ସମସ୍ତ ଇଛା, ଏହାସହିତ ଜୀବନରେ କେବେବି ଦୁଃଖ ଆସି ନଥାଏ
ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ଗାଈ ରହି ଥାଆନ୍ତି। ଏହାସହିତ ଆମେ ଗୋ ମାତାଙ୍କୁ ପୂଜା ମଧ୍ୟ କରି ଥାଉ।ଶାସ୍ତ୍ରରେ ବର୍ଣିତ ରହିଛି କି ଗୋ ମାତାଙ୍କ ଶରୀରରେ ୩୩ କୋଟି ଦେବାଦେବୀ ବାସ କରି ଥାଆନ୍ତି। ଯଦି ଆପଣ ଗାଈକୁ ପୂଜା କରିବେ, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆସନ୍ତୁ ଗାଈ ସହିତ ଜଡ଼ିତ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।
ଗାଈ ପାଖରୁ ଆମେ ଆମେ ଅନେକ କିଛି ପାଇଥାଉ, ଯେପରି କ୍ଷୀର। କ୍ଷୀରକୁ ଅମୃତ ସମାନ ବୋଲି କୁହାଯାଇଛି। କ୍ଷୀର ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ ଓ ଆମକୁ ପୋଷଣ ମିଳିଥାଏ। ତେବେ ଏହାକୁ ଅନେକ ଲୋକ ସେବନ କରୁ ଥାଆନ୍ତି।ତେବେ ଗାଈ ସହିତ ଜଡ଼ିତ କିଛି ଏଭଳି କଥା ରହିଛି, ଯାହାକୁ ଆପଣ ମାନିବା ଦ୍ଵାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇ ଯାଇଯିବ।
ଯଦି ଆପଣଙ୍କ ଘର ସାମ୍ନାକୁ କେବେବି ଗାଈ ଗୁଡ଼ିକ ଆସୁଛନ୍ତି, ତାହେଲେ ତାଙ୍କୁ ଘଉଡ଼ାଇ ଦିଅନ୍ତୁ ନାହିଁ।ତାପରେ ସେମାନଙ୍କ ପିଠିରେ ହାତ ମାରିବା ଉଚିତ। ଏହାସହିତ ଗାଈ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତ ହେବ

ଅଧିକାଂଶ ଲୋକଙ୍କର ଏହି ବିଶ୍ୱାସ ରହିଛି ଯେ ଘରୁ ବାହାରିବା ସମୟରେ ଗାଈ ମୁହଁରେ ହାତ ମାରିବା ଫଳରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଆପଣ ସେହିଦିନ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ଅର୍ଜନ କରିବେ। ଆପଣ କେବେ ମଧ୍ୟ କୌଣସି କାର୍ଯ୍ୟରେ ଅସଫଳ ହେବେ ନାହିଁ।
ଯେଉଁ ଘରେ ଗାଈ ରହିଥାଏ, ସେହି ଘରକୁ କେବେବି କୌଣସି ବିପଦ ଆସି ନଥାଏ। ତେଣୁ ଗୋମାତାଙ୍କୁ ପୂଜା କରିବାର ଅର୍ଥ ସମସ୍ତ ଦେବତା ଓ ଦେବୀ ମାନଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ଘରୁ ବାହାରକୁ ଯିବା ସମୟରେ ସର୍ବଦା ଗୋମାତାଙ୍କର ଦର୍ଶନ କରିବା ଉଚିତ।ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ସମସ୍ତ ଦେବାଦେବୀଙ୍କ କୃପା ଦୃଷ୍ଟି ପଡ଼ିଥାଏ।ତେଣୁ କେବେ ମଧ୍ୟ ଗୋ ମାତାଙ୍କୁ ନିଜ ଘର ସମ୍ମୁଖରୁ ଘଉଡାଇ ଦେବା ଉଚିତ ନୁହେଁ।
