ପାଦର ଦୁର୍ଗନ୍ଧ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ, ସଂଗେ ସଂଗେ ମିଳିବ ମୁକ୍ତି
ଦିନ ସାରା ଗୋଡରେ ଜୋତା ପିନ୍ଧି ରହିଲେ ପାଦରୁ ଦୁର୍ଗନ୍ଧ ଆସିଥାଏ । ଏହି ସମସ୍ୟା ବହୁତ ଲୋକଙ୍କ ସହ ହୋଇଥାଏ । ବହୁତ ଲୋକଙ୍କ ଗୋଡରୁ ଏପରି ଦୁର୍ଗନ୍ଧ ଆସିଥାଏ କି ସେମାନେ ତାହାକୁ ସହି ରହିଯାଆନ୍ତି । ଏହି ସମସ୍ୟା ଏକ ସାଧାରଣ କଥା ଅଟେ । ଏହି କାରଣରୁ ଲୋକେ ଲଜ୍ଜିତ ବି ହୋଇଥାନ୍ତି । ଯେବେ ଆପଣ ଅଫିସ୍ ରେ ବସିଥାନ୍ତି ତେବେ ଅଚାନକ ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସିଥାଏ । ଏହି ସ୍ଥିତିରେ ଆପଣ ନିଶ୍ଚିତ ଲଜ୍ଜିତ ହେବେ । ଏହି ସମସ୍ୟାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ କିଛି ଘରୋଇ ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ପାଦରୁ ଦୂର ହୋଇଯିବ ।
ଆପଣଙ୍କ ପାଦରେ ଯେବେ ଝାଳ ଆସିଯାଏ ତେଏବ୍ ଏହା ବ୍ୟାକ୍ଟେରିଆ ପ୍ରକୋପରୁ ହୋଇଥାଏ । ଏହି କାରଣରୁ ଏହା ଅଧିକା ଦୂର୍ଗନ୍ଧ ଆସିଯାଏ । ଏହାସହ ହର୍ମୋନାଲ୍ ଚେଞ୍ଜେସ୍ ବି ଏହାର କାରଣ ହୋଇପାରେ । ଏବେ କାରଣ ଯାହା ବି ହେଉ ଆମ ଦ୍ୱାରା କୁହାଯାଇଥିବା ସହଜ ଟିପ୍ସରୁ ଆପଣ ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ପାଇପାରିବେ । ପାଦର ଦୁର୍ଗନ୍ଧକୁ ଆପନ ତିନୋଟି ତରିକାରେ ଦୁର କରିପାରିବେ । ଯଦି ଆପଣଙ୍କ ପାଖରେ ଏହି ସାମଗ୍ରୀ ଅଛି ତେବେ ଏହା ହୋଇଯିବ । ଯଦି ଆପଣ ପାଦରୁ ଦୂର୍ଗନ୍ଧ ଆସୁଛି ତେବେ କିଛି ପରିମାଣର ବେକିଙ୍ଗ୍ ସୋଡା ପକାଇ ଦିଅନ୍ତୁ । ଏମିତି କଲେ ଆପଣ ପାଦରୁ ଦୁର୍ଗନ୍ଧ ଆସିବ ନାହିଁ । ବେକିଙ୍ଗ୍ ସୋଡା ଆପଣଙ୍କ ପାଦରୁ ବାହାରୁଥିବା ଝାଳକୁ ଭଲ ଭାବେ ସୁଖାଇଦେଇଥାଏ , ଯାହା ଦ୍ୱାରା ଆଉ ଦୁର୍ଗନ୍ଧ ହୁଏ ନାହିଁ ।
ଅଲଗା ତରିକା ହେଲା ଆପଣ କେଉଁ ବାସ୍ନାଯୁକ୍ତ ପାଉଡର୍ ନିଜ ଜୋତାରେ ପକାଇଦିଅନ୍ତୁ । ଯଦି ଆପଣଙ୍କ ପାଦରୁ ଅତ୍ୟାଧିକ ଦୁର୍ଗନ୍ଧ ଆସୁଛି ତେବେ ଟାଲକମ୍ ପାଉଡର୍ ପକାଇଦିଅନ୍ତୁ । ଏମିତି କଲେ ପାଦରୁ ଭଲ ବାସ୍ନା ଆସିବ ଓ ସବୁ ଦୁର୍ଗନ୍ଧ ଦୁର ହୋଇଯିବ ।
ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଛି ତେବେ ଲେମ୍ବୁର ଚୋପା ବହୁତ କାମକୁ ଆସିବ। ଯଦି ଆପଣଙ୍କ ପାଦରୁ ଦୁର୍ଗନ୍ଧ ଆସୁଛି ତେବେ ଲେମ୍ବୁର ଚୋପା ପକାଇ ଦିଅନ୍ତୁ । ଲେମ୍ବୁରେ କେଉଁ ପ୍ରକାର ଦୁର୍ଗନ୍ଧ ହୋଇନଥାଏ । ଏହାର ଚୋପା ଦ୍ୱାରା ଆପଣଙ୍କୁ ସତେଜ ବାସ୍ନା ଆସିବ ।
ଏହା ସହ ଆପଣ ଖାଦ୍ୟପେୟରେ ଧ୍ୟାନ ଦେବାକୁ ହେବ । ଏହା ଛଡା ପାଦକୁ ସବୁବେଳେ ଆଣ୍ଟି ବ୍ୟାକ୍ଟେରିଆଲ୍ ସାବୁନ୍ ରେ ସଫା କରନ୍ତୁ ।
