ଭାରତକୁ ଆସିଲା ବିଶ୍ୱର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା : ନେଇପାରିବେ ୧୨ରୁ ଅଧିକ ବୟସ ପିଲା ଓ ବୟସ୍କ
ନୂଆଦିଲ୍ଲୀ : ଖୁସି ଖବର । ଭାରତକୁ ଆସିଲା ବିଶ୍ୱର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା । ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡି ୧କୋଟି ପାନ କେନ୍ଦ୍ର ସରକାର କ୍ରୟ କରିଛନ୍ତି । ଚଳିତମାସରେ ଏହି ଟିକାକୁ ଜାତୀୟ ଟିକାକରଣ ଅଭିଯାନରେ ଲୋକଙ୍କୁ ଦିଆଯିବ । ଜାଇକୋଭ-ଡି ଟିକାର ୩ଟି ପାନ ଦିଆଯାଇଥାଏ । ଏହାର ଗୋଟିଏ ପାନର ମୂଲ୍ୟ ୩୫୮ଟଙ୍କା ରହିଛି। ଏହାକୁ ୧୨ରୁ ଅଧିକ ବୟସର ପିଲାଙ୍କ ସହିତ ବୟସ୍କ ନାଗରିକଙ୍କୁ ମଧ୍ୟ ଦିଆଯାଇ ପାରିବ। ତେବେ ପ୍ରାଥମିକ ଭାବେ ଏହାକୁ ବୟସ୍କ ନାଗରିକଙ୍କୁ ଦିଆଯିବ।
