ଵିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ
- ମ୍ୟାଚ୍ ୫ ନୁହେଁ ଏବେ ୬ ଦିନ ପର୍ଯ୍ୟନ୍ତ ଚାଲିବ
ସାଉଥହାମ୍ପଟନ୍ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ ଆସନ୍ତା କିଛି ଦିନ ପର୍ୟ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ସମ୍ଭାବନା ଥିବାରୁ ଖେଳ ଆରମ୍ଭ ହେବାକୁ ନେଇ ଆଶଙ୍କା ଦେଖାଦେଇଛି । ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇନଥିଲେ ବି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ପ୍ରସଂଶକମାନଙ୍କୁ ଚିଡ଼େଇବାକୁ ଚେଷ୍ଟା କରିଛନ୍ତି । ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ବର୍ଷା ଭାରତକୁ ବଞ୍ଚାଇଦେଲା । ଏହି ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।
କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର। ଲଗାଣ ବର୍ଷା କାରଣରୁ ସାଉଥମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲାର ପ୍ରଥମ ଦିନର ଖେଳ ଧୋଇ ହୋଇ ଯାଇଛି। ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ୍ କରାଯାଇଛି। ଏପରିକି ଟସ୍ ମଧ୍ୟ ପଡି ପାରି ନାହିଁ। ଅମ୍ପାୟର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୧୫ରେ ପଡିଆ ନିରୀକ୍ଷଣ କରିବା ପରେ ପ୍ରଥମ ଦିନର ଖେଳ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ସାଉଥମ୍ପଟନରେ କ୍ରମାଗତ ବର୍ଷା ଜାରି ରହିଛି। ଅବସ୍ଥାରେ ସୁଧାର ନଆସିବା ଏବଂ ଅଦା ଆଉଟ୍ ଫିଲ୍ଡ କାରଣରୁ ବାଧ୍ୟ ହୋଇ ଅମ୍ପାୟର ପ୍ରଥମ ଦିନର ଖେଳ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟ୍ଵିଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସାଉଥମ୍ପଟନରେ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ଇଂଲଣ୍ଡ ସମୟ ସକାଳ ୧୦ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ। କିନ୍ତୁ ଏଥିରେ କ୍ରିକେଟ୍ ପ୍ରେମୀଙ୍କୁ ଅଧିକ ନିରାଶ ହେବାର ଆବଶ୍ୟକତା ନାହିଁ। ବର୍ଷା କି ଅନ୍ୟ କାରଣ ପାଇଁ ଖେଳ ସମୟ ନଷ୍ଟ ହେଲେ ଏହାର ଭରଣା ପାଇଁ ଜୁନ ୨୩ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ଆଇସିସି ମଧ୍ୟ ସ୍ପଷ୍ଟ କରି ଦେଇଛି ଯେ, ସାଉଥମ୍ପଟନରେ ପ୍ରଥମ ଦିନରେ ବର୍ଷା ପରେ ଏବେ ଫାଇନାଲ ମ୍ୟାଚ୍ରେ ରିଜର୍ଭ ଡେର ବ୍ୟବହାର କରାଯିବ।


