ଆରମ୍ଭ ହେଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ
Tokyo 2020 Olympics - The Tokyo 2020 Olympics Opening Ceremony - Olympic Stadium, Tokyo, Japan - July 23, 2021. Fireworks go off during the opening ceremony REUTERS/Marko Djurica
ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ଖେଳର ବିଶ୍ବ କ୍ରୀଡ଼ା ମହାକୁମ୍ଭ ମହାକୁମ୍ଭ ଅଲିମ୍ପିକ୍ସ ମହାସମର । ଦୀର୍ଘ ଏକ ବର୍ଷର ଅପେକ୍ଷା ପରେ ଜାପାନର ଟୋକିଓରେ ସ୍ବତନ୍ତ୍ର ସମାରୋହରେ ଏହାର ଉଦଘାଟନ କରାଯାଇଛି । ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ । ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।
ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସର୍ବପ୍ରଥମେ ଗ୍ରୀକ୍ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍ଙ୍କୁ ଆଗକୁ ନେଇଥିଲେ । ଉଦଘାଟନୀ ଉତ୍ସବରେ ଭାରତ ସମେତ ଆୟରଲାଣ୍ଡ ଦଳ, ଆଫଗାନିସ୍ତାନ, ଗ୍ରୀକ୍, ଆଇସଲାଣ୍ଡ, ଇଜିପ୍ଟ୍ ଦଳର ଖେଳାଳିମାନେ ନିଜ ନିଜ ଦେଶର ଜାତୀୟ ପତାକା ସହିତ ମାର୍ଚ୍ଚ କରିଥିଲେ । ଜାପାନ ସମ୍ରାଟ ନାରୁହିଟୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଅଲିମ୍ପିକ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରୀଡ଼ା ମହାସମର । ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି। ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଅଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।


