ନୀଳଗିରିରେବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ
- ଭାଷା, ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ
ନୀଳଗିରି : ନୀଳଗିରି ବ୍ଲକର ଭିନ୍ନ ଭିନ୍ନ ସ୍ଥାନରେ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳନ ସମାରୋହ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସଜନାଗଡ଼ ମା’ ଭୂଦାରଚଣ୍ଡୀ ମନ୍ଦିର ସମ୍ମୁଖସ୍ଥ ଉଡ଼ାପଡ଼ିଆରେ ବାଲେଶ୍ୱର ଜିଲାର ନବ ନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀଙ୍କ ଆବାହକତ୍ୱରେ ଏହି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଏଥିସହ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୀଳଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସାଲୁ କୁମାର ଟୁଡୁ, ମୁଖ୍ୟବକ୍ତା ମଦନ ମୋହନ ମାଝୀ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ୧୧/୧୨ର ଜିଲାପରିଷଦ ସଭ୍ୟା ସୁବର୍ଣ୍ଣା ମଞ୍ଜରୀ ସିଂ ଓ ରଞ୍ଜିତା ସିଂ, ଛତ୍ରପୁର ସରପଞ୍ଚ ମାଳତୀ ମାର୍ଣ୍ଡି, ସଜନାଗଡ଼ ସରପଞ୍ଚ ପ୍ରଦୀପ ଖାଲପାଳିଆ, କାଂଶ ସରପଞ୍ଚ ରୂପା ସିଂ, ଗରଡ଼ିହି ସରପଞ୍ଚ ଶିବାଜୀ ସିଂ, ଫ୍ରାନ୍ସସିସ ବେକନ ସ, ରବୀନ୍ଦ୍ର ନାୟକ, ଜିତେନ୍ଦ୍ର ହାଁସଦା, ରଘୁନାଥ ସିଂ ପ୍ରମୁଖ ମଞ୍ଚାସୀନ ରହି ନିଜନିଜର ବକ୍ତବ୍ୟରେ ରଖିଥିଲେ ।

ଅନୁରୂପ ଭାବେ ନୀଳଗିରି ବ୍ଲକ୍ର ତେଲିପାଳ ଠାରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସି ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ଉପେନ୍ଦ୍ର ଦାସ, ମଣ୍ଡଳ ସଭାପତି ଅକ୍ଷୟ ବେହେରା, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ଉପେନ୍ଦ୍ର ନାୟକ, ରାମଚନ୍ଦ୍ର ସିଂ, ସେରାଲ ବାସ୍କେ, ସଞ୍ଜୟ ସିଂ, ଗୋବିନ୍ଦ ସାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଖପାଖ ଅଞ୍ଚଳର ବହୁ ଆଦିବାସୀ ଭାଇଭଉଣୀ ମାନେ ଏହି ସମାରୋହରେ ଉପସ୍ଥିତ ରହିଥିଲେ ।
