ବିଶ୍ୱ ଏଡ଼ସ ଦିବସ-୨୦୨୨ ! ଜାଣନ୍ତୁ କାହିଁକି ପାଳନ ହୁଏ ? ଚଳିତବର୍ଷର ଥିମ, ଏହାର ମହତ୍ତ୍ୱ ଓ ଇତିହାସ
ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା ପାଇପାରିନାହାଁନ୍ତି । ଗତ ଦୁଇ ଦଶନ୍ଧି ଧରି ଏହା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଥିଲେ ମଧ୍ୟ ବ୍ୟାପକ ସଚେତନତା ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି ।
ସମଗ୍ର ବିଶ୍ୱରେ ଏଡ଼ସ୍ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରି ନିରାକରଣ ଓ ଚିକିତ୍ସା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୧୯୮୭ ମସିହାରୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜାତୀୟ ଏଡ଼ସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ । ୧୯୯୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିଲା “ନାକୋ’ (ନ୍ୟାଶନାଲ ଏଡ଼ସ୍ କଂଟ୍ରୋଲ୍ ଅର୍ଗାନାଇଜେସନ) । ସମଗ୍ର ଦେଶରେ କିପରି ଏଡ଼ସ୍ କୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ତାସହ ଲୋକମାନେ କିପରି ଏହାର ଭୟାବହତା ପ୍ରତି ସଚେତନ ହେବେ ସେଥିନେଇ ଉଦ୍ୟମ ଆରମ୍ଭ କରାଯାଇଥିଲା “ନାକୋ’ ମାଧ୍ୟମରେ ।
୧୯୮୮ ମସିହା ଡିସେମ୍ବର ୧ ତାରିଖଠାରୁ ପ୍ରତିବର୍ଷ ବିଶ୍ୱ ଏଡ଼ସ୍ ଦିବସ ପାଳନ କରାଯାଇ ଆସୁଛି । ଏଡ଼୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲଡ଼ ରେଗାନଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୧୯୮୬ ମସିହା ଜୁନ୍ ୧୮ ତାରିଖରେ “ଏଡ଼ସ ଲାଇଫ ଲାଇନ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୬ରେ ଏଡ଼ସ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଗଲା ।
ଏଡସ୍ ହେଉଛି ଏକ ରୋଗ ଯାହା ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମଣ ଦ୍ୱାରା ହୋଇଥାଏ। ସଂକ୍ରମିତ ରକ୍ତ , ଭୁତାଣୁ ଏବଂ ଗୁପ୍ତାଙ୍ଗର ତରଳ ସଂସ୍ପର୍ଶରେ ଆସି ଏହି ଜୀବାଣୁ ସଂକ୍ରମିତ ହୁଏ। ଏହି ରୋଗ ବିଷୟରେ ଅନେକ ଭୁଲ ଧାରଣା ଆଜି ମଧ୍ୟ ଗୁଜବ ପ୍ରଚାର ହେଉଛି। ଡିସେମ୍ବର ୧ ତାରିଖରେ ସାରା ବିଶ୍ୱରେ ‘ବିଶ୍ୱ ଏଡସ୍ ଦିବସ’ ଭାବରେ ପାଳନ କରାଯାଏ। ଲୋକଙ୍କୁ ଏଡସ୍ ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ହେତୁ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଏ। ଆଜି ଆମେ ବିଶ୍ୱ ଏଡସ୍ ଦିବସର ପ୍ରାସଙ୍ଗିକତା, ଇତିହାସ ଏବଂ ମହତ୍ତ୍ୱ ବିଷୟରେ କହିବାକୁ ଯାଉଛୁ।
ଚଳିତବର୍ଷର ଥିମ :
ବିଶ୍ୱ ଏଡ଼ସ ଦିବସ ୨୦୨୨କୁ ଏକ୍ୱୁଲାଇଜ ଅର୍ଥାତ ସମାନତା ଥିମରେ ଅନ୍ତର୍ଭୁକ୍ତ କରାଯାଇଛି। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ବିଶ୍ୱ ଏଡସ୍ ଦିବସ ପାଳନ କରିବା ପ୍ରତ୍ୟେକ ବ୍ୟକ୍ତି ତଥା ସମ୍ପ୍ରଦାୟ ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ। ଏହି ଦିବସରେ ଏଡ଼ସରେ ଜୀବନ ହରାଇଥିବା ପ୍ରତିଟି ଲୋକଙ୍କୁ ମନେ ରଖିବା ଏବଂ ସମ୍ମାନ ଦେବା ପାଇଁ ଏକ ସୁଯୋଗ ଦେଇଥାଏ। ଏହି ବର୍ଷର ଥିମ୍ ଚ୍ୟାଲେଞ୍ଜ ତାଲିକାରେ ଯୋଗ ଦେଇଛି ଯେଉଁଥିରେ ବିଶ୍ୱ ଏଡସ୍ ଦିବସ ସାରା ବିଶ୍ୱରେ ଲୋକଙ୍କୁ ସଚେତନ କରାଇଛି।
ଇତିହାସ :
୧୯୮୮ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ତେବେ ସବୁଠାରୁ ଖାସ କଥା ହେଉଛି କି ବିଶ୍ୱ ଏଡ଼ସ ଦିବସ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏହା ପ୍ରଥମ ଅନ୍ତର୍ଜାତୀୟ ଦିବସ ରହିଥିଲା। ପ୍ରତିବର୍ଷ ୟୁନାଇଟେଡ଼଼ ନେସନ୍ସର ଏଜେନ୍ସି ଗୁଡ଼ିକ, ସରକାର ଓ ଏଚଆଇଭି ସହିତ ସମ୍ପୃକ୍ତ ଥିବା ଥିମ ଉପରେ ଅଭିଯାନ ଚଳାଇବାକୁ ଏକାଠି ହୋଇଥାନ୍ତି। ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାର ଓ ଅନ୍ୟ ଏଜେନ୍ସି ଗୁଡ଼ିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଗ୍ରହଣ କରିଥାନ୍ତି। ଅଧିକାଂଶ ଲୋକ ଲାଲ ରିବନ ମଧ୍ୟ ବାନ୍ଧିଥାନ୍ତି। ଏହି ରିବନର ଅର୍ଥ ହେଉଛି ପୀଡ଼ିତ ଲୋକମାନଙ୍କୁ ସମର୍ଥନ କରିବା ତଥା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।
ମହତ୍ତ୍ୱ :
ବିଶ୍ୱ ଏଡସ୍ ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଜନସାଧାରଣ ଏବଂ ସରକାରଙ୍କୁ ସ୍ମରଣ କରାଏ ଯେ ଏହି ରୋଗ ଏବେ ବି ଅଛି ଏବଂ ଏହି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଅର୍ଥ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଏହି ଦିନ ସାରା ବିଶ୍ୱରେ ଏଚ୍.ଆଇ.ଭି ସଂକ୍ରମିତ ଲକ୍ଷ ଲକ୍ଷ ଲୋକଙ୍କୁ ସମର୍ଥନ ଦେଖାଇବାକୁ ଏକ ସୁଯୋଗ ପ୍ରଦାନ କରେ।
