ବ୍ଲକସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କିତ କର୍ମଶାଳା
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହରେ ଶନିବାର ପୂର୍ବାହ୍ନରେ ବ୍ଲକ ସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆର୍ଏସ୍ଙ୍କ ସହିତ ବିଭିନ୍ନ ବିଭାଗର କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରିବା ପାଇଁ ମନୋନୀତ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସିଡିପିଓ ମିନତୀ କୁମାରୀ ମିଶ୍ର, ଜିପିଇଓ ରଞ୍ଜନ କୁମାର ଆଚାର୍ଯ୍ୟ, ସହଯୋଗୀ ଜିପିଇଓ ନିରୋଦ ବେହେରା, ଅଗ୍ନିଶମ ବିଭାଗ ପକ୍ଷରୁ ବସନ୍ତ କୁମାର ଘଡ଼ାଇ, ବ୍ଲକର ବଡ଼ବାବୁ ଶଙ୍କର୍ଷଣ ମୁର୍ମୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକଳ୍ପ ସଂଯୋଜକ ଜ୍ୟୋତିର୍ମୟ ବିଶ୍ୱାଳ ଯୋଗଦେଇ ଗ୍ରାମ୍ୟସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି କହିଥିଲେ ଯେ, ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଯୋଜନା ଜରିଆରେ ନିଜେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସକ୍ଷମ ହୋଇ ପାରିବା ସହିତ ଅନ୍ୟକୁ ମଧ୍ୟ ସୁରକ୍ଷା ଦେଇ ପାରିବେ । ଏହି କର୍ମଶାଳାରେ ବିଶ୍ୱାସ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ବିଏସଏସର କମଳା ନନ୍ଦୀ, ଜନମଙ୍ଗଳର ଜ୍ୟୋତ୍ସ୍ନା ରାଣୀ ଦାସ ପ୍ରମୁଖ ଯୋଗଦେଇ ଥିଲେ ।
