ମୟୂରଭଞ୍ଜ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା କର୍ମଚାରୀ ମଂଚର କାର୍ଯ୍ୟକାରିଣୀ କମିଟି ବୈଠକ
ବାରିପଦା : ୧୬/୦୪/୨୦୨୩ ରିଖ ସ୍ଥାନୀୟ ରୋଟାରୀ କ୍ଲବ ହେରିଟେଜ୍ ସଭାକକ୍ଷଠାରେ ମୟୂରଭଞ୍ଜ ଜିଲ୍ଲାର ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା କର୍ମଚାରୀ ମଂଚର କାର୍ଯ୍ୟ କାରିଣୀ କମିଟିର ଏକ ବୈଠକ ମଂଚର ସଭାପତି ହିମାଂଶୁ ଶେଖର ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରାଥମିକତା ଭିତିରେ ମଂଚର ସଦସ୍ୟ/ ସଦସ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇ ଏ ବାବଦରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥି ନିମନ୍ତେ ସଙ୍ଗଠନକୁ ଜିଲ୍ଲାବ୍ୟାପି ପ୍ରସାରିତ କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ଅଂଚଳକୁ ନେଇ ଜୋନ୍ମାନ ଗଠନ କରାଯାଇ ଜୋନାଲ୍ କାର୍ଯ୍ୟକାରିଣୀ କମିଟି ଗଠନ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଗଲା । ଏଥି ସହିତ ମଂଚର ପରବର୍ତୀ କାର୍ଯ୍ୟକ୍ରମ ସଂମ୍ପର୍କରେ ବିବିଧ ଆଲୋଚନା ହୋଇଥିଲା । ପ୍ରକାଶ ଥାଉକି ବିଗତ ତା.୨/୪/୨୩ରିଖରେ ଆୟୋଜିତ ହୋଇଥିବା ମଂଚର ସାଧାରଣ ବୈଠକରେ କୁଶ କିଶୋର ମହାନ୍ତି ଓ ଗଣେଶ ଚନ୍ଦ୍ର ପ୍ରଧାନଙ୍କୁ ମଂଚର ଉପଦେଷ୍ଟା, ହିମାଂଶୁ ଶେଖର ଦାସଙ୍କୁ ସଭାପତି, ସୁଦର୍ଶନ ପଣ୍ଡା, ଭାଗବତ ପଣ୍ଡା, ଜ୍ଞାନେନ୍ଦ୍ର ୍ଦାସ ଓ ଭାରତୀ ବେବର୍ତାଙ୍କୁ ଉପ-ସଭାପତି, ଅଶୋକ କୁମାର ପଲେଇଙ୍କୁ ସାଧାରଣ ସମ୍ପାଦକ, ବିମୋଳ କୁମାର ଅଧିକାରୀ ଓ ତିମିର କୁମାର ଘୋଷଙ୍କୁ ଯୁଗ୍ମ-ସମ୍ପାଦକ, ପ୍ରଦୀପ କୁମାର ନାୟକଙ୍କୁ କୋଷାଧ୍ୟକ୍ଷ, ଭକ୍ତହରି ମହାନ୍ତ ଓ ଅଶ୍ୱନୀ କୁମାର ପାତ୍ର୍ଙ୍କୁ ସହ କଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା । ଏଥି ସହିତ ସନ୍ତୋଷ ଜୁମାର କାସ୍ତ, ଅଜୟ କୁମାର ପାଳ, ମୋହନ ଚନ୍ଦ୍ର ମହାନ୍ତ, ଗୋକୁଳ ଚନ୍ଦ୍ର ଦାସଙ୍ଦଙ୍କୁ ସଂଗଠନ ସମ୍ପାଦକ ତଥା ବାସୁଦେବ ବେହେରାଙ୍କୁ ମିଡିଆ ସଂଯୋଜକ ରୂପେ ଚୟନ ଜରାଯାଇଥିଲା । ପରବର୍ତୀ ସମୟରେ ଜୋନ୍ ଗଠନ ପରେ କାର୍ଯ୍ୟକାରିଣୀ କମିଟିର କଳେବର ବୃଦ୍ଧି କରାଯିବ ବୋଲି ଅଦ୍ୟ ବୈଠକରେ ସ୍ଥିର କରାଗଲା । ବୈଠକ ଶେଷରେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିସାରିବା ପରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭା ସାଙ୍ଗ କରାଯାଇଥିଲା ।
