ବିଜୁ ଶ୍ରମିକ ସଂଘର ଶ୍ରମିକ ସମାବେଶ
କଟକ : ବିଜୁ ଏସଏଚଜି ଶ୍ରମିକ ସଂଘ ଆନୁକୂଲ୍ୟରେ ଏକ ଶ୍ରମିକ ସମାବେଶ କଟକ ମଧୁପାଟଣା ଅନ୍ତର୍ଗତ ନୂଆପାଟଣାଠାରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସଂଘର ସଭାପତି ଦେବ ଦୁର୍ଲଭ ଦାସ ସଭାପତିତ୍ୱ କରିଥିଲେ । ନିର୍ମାଣ ଶ୍ରମିକ ଏବଂ ଅଣ ସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଥିଲା । ଶ୍ରମିକମାନଙ୍କ ପାଇଁ ଥିବା କଲ୍ୟାଣ ଯୋଜନା ଯଥା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପିଲାମାନଙ୍କୁ ଶିକ୍ଷା ସହାୟତା, ଯନ୍ତ୍ରପାତି, ସାଇକେଲ ସହାୟତା ଆଦି ଉପରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ନାୟକ ଓ ସମାଜସେବୀ ସୁମନ ଦାସ ଯୋଗଦେଇ ଠିକ୍ ସମୟରେ ନିର୍ମାଣ ଶ୍ରମିକମାନଙ୍କ ପରିଚୟପତ୍ର ନବୀକରଣ କରିବାକୁ ପରାମର୍ଶ ଦେଇଥିଲେ । କଟକ ଜିଲ୍ଲାରୁ ପ୍ରାୟ ୬୦୦ ଶ୍ରମିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣିମା ଜେନା, ରୀନା ପଶାୟତ, ସାରୀ ପ୍ରଧାନ, ରିନି ପାତ୍ର, ରଶ୍ମି ମହାନ୍ତି, ପ୍ରଭାସିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
