ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ସିଙ୍ଗାପୁରରେ ଗ୍ଲୋବାଲ୍ ରିସର୍ଚ ଆଣ୍ଡ୍ ଡେଭେଲପ୍ମେଂଟ୍ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ
ଭୁବନେଶ୍ୱର : ଜୟ ଇ-ବାଇକ୍ ନାମରେ ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ ବିକ୍ରି କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ସିଙ୍ଗାପୁରରେ ଏହାର ପ୍ରଥମ ଗ୍ଲୋବାଲ୍ ଆର୍ଆଣ୍ଡ୍ଡି ମୁଖ୍ୟ କାର୍ଯ୍ୟାଳୟ ଖୋଲାଯାଇଛି । ଏହାର ସମ୍ପୂର୍ଣ୍ଣ ସହଯୋଗୀ କଂପାନି ୱାର୍ଡୱିଜାର୍ଡ ଗ୍ଲୋବାଲ୍ ପିଟିଇ ଲିମିଟେଡ୍ ଅଧୀନରେ ସେଂଟର୍ ଓ ଗ୍ଲୋବାଲ୍ ସେଲ୍ସ ଅଫିସ ଖୋଲାଯିବ । ଇଲେକ୍ଟ୍ରିକ୍ ଯାନର ଚାହିଦାରେ ବୃଦ୍ଧି ଘଟୁଥିବା ଓ ଉନ୍ନତ ସୁରକ୍ଷା ବ୍ୟବସ୍ଥା ବିଶିଷ୍ଟ ଉତ୍ପାଦ ବିକାଶ ଆବଶ୍ୟକ ହୋଇପଡ଼ିଥିବା ବିଷୟକୁ ନଜରରେ ରଖି କଂପାନି ଏହି ନିଷ୍ପତି ଗ୍ରହଣ କରିଛି । ଏହି ଷ୍ଟେଟ୍ ଅଫ୍ ଆର୍ଟ ବ୍ୟବସ୍ଥା ଦୁଇ, ତିନି ଓ ଚାରି ଚକିଆ ଯାନ ଉପରେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱ ଦେବା ସହ ପ୍ରଯୁକ୍ତି ଦୃଷ୍ଟିରୁ ଉନ୍ନତ ଇଭି ଉତ୍ପାଦ ବିକାଶ କରିବ । ସେଲ୍ କେମିଷ୍ଟ୍ରି, ପ୍ୟାକ୍ ଆସେମ୍ବଲି, ବ୍ୟାଟେରି ପରିଚାଳନା ବ୍ୟବସ୍ଥା, ମୋଟର ଏବଂ ଅନ୍ୟାନ୍ୟ ଇଭି ଉପାଦାନ କ୍ଷେତ୍ରରେ ମଧ୍ୟ ଗବେଷଣାକୁ ବ୍ୟାପକ କରାଯିବାର ସମ୍ଭାବନା ରହିଛି । ଉନ୍ନତ ସୁରକ୍ଷା ପାଇଁ ଅଗ୍ରଣୀ ସାର୍ଟିଫିକେସନ୍ ଏଜେନ୍ସିଗୁଡ଼ିକ ସହ ମିଶି କଂପାନି ନୂଆ ବ୍ୟାଟେରି ମାନକ ବିକାଶ କରିବା ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବ । ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ନିରନ୍ତରତା ଉପରେ ଗୁରୁତ୍ୱ ବଢ଼ିଥିବାରୁ ସାରା ବିଶ୍ୱରେ ଗମନାଗମନ କ୍ଷେତ୍ରରେ ଦ୍ରୁତ ପରିବର୍ତନ ହେଉଛି । ବର୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ଓ ନିରାପଦ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଏହି କ୍ଷେତ୍ରର ବିଦ୍ୟୁତିକରଣ ପଥ ପ୍ରଦର୍ଶନ କରିବ । ଏହି କ୍ଷେତ୍ରକୁ ଇଲେକ୍ଟ୍ରିକ୍ ମାଧ୍ୟମକୁ ରୂପାନ୍ତରିତ କରିବା ସହ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବା ଲାଗି ୱାର୍ଡୱିଜାର୍ଡରେ ଆମେ ପ୍ରତିବଦ୍ଧ ରହିଛୁ । ସିଙ୍ଗାପୁରର ନୂଆ ଆର୍ଆଣ୍ଡ୍ଡି କେନ୍ଦ୍ର ଏହାର ଅତୁଳନୀୟ ଗବେଷଣା ଓ ନବସୃଜନ ଦକ୍ଷତା ଜରିଆରେ ଏହି କ୍ଷେତ୍ରର ଅଭ୍ୟୁଦୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଶ୍ରେଷ୍ଠ ଟିମ୍ ଓ ପ୍ରତିବଦ୍ଧତା ସହ ସମାଜ ପାଇଁ ଏକ ସୁସ୍ଥକର ଭବିଷ୍ୟତ ଗଠନ କରିବା ଆଡ଼କୁ ଆମେ ଅଗ୍ରସର ହେଉଛୁ । ଏହି କେନ୍ଦ୍ରର ନଲେଜ୍ ପାର୍ଟନର ହେଉଛି ସିଙ୍ଗାପୁରର ସନ୍କନେକ୍ଟ । ଏହି ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ଭାବେ ଶ୍ରୀଯୁକ୍ତ ଲକ୍ଷ୍ମଣ ଗୁରାଜାଦା କାମ କରିବେ । ସେ ପରିଚାଳନା ନିର୍ଦେଶକ ଦାୟିତ୍ୱ ନିର୍ବାହ କରିବେ । ତାଙ୍କ ମାର୍ଗଦର୍ଶନରେ ୩୦ ଜଣ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେ ଇଭି କ୍ଷେତ୍ର ଲାଗି ବିଶ୍ୱ ମାନର ଉତ୍ପାଦ ଡିଜାଇନ୍ ଓ ବିକାଶ କରିବେ । ନୂଆ ମଡେଲ୍ ଉପରେ ଏଥିରେ ଗବେଷଣା ଓ ବିକାଶ ସମ୍ଭାବନାକୁ ବ୍ୟାପକ କରାଯିବ । ଏହି ଆରଆଣ୍ଡଡି ମୁଖ୍ୟ କାର୍ଯ୍ୟାଳୟ ଦକ୍ଷିଣ ପୂର୍ବ ଏସିଆର ସ୍ଥାନୀୟ ଆବଶ୍ୟକତା ଅନୁସାରେ ଉତ୍ପାଦ ବିକାଶ କରିବ । ବ୍ୟାଟେରି ପ୍ରଯୁକ୍ତି ପାଇଁ କଂପାନି ଦକ୍ଷିଣ ପୂର୍ବ ଏସିଆର ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ଓ କଂପାନିଙ୍କ ସହ ସହଯୋଗିତା ସ୍ଥାପନ କରିବ ।
