ମହିଳା ଏସିଆ କପ୍ : ଅକ୍ଟୋବର ୭ରେ ଭାରତ-ପାକିସ୍ତାନ ମୁକାବିଲା
କ୍ୱାଲାଲମ୍ପୁର: ଆସନ୍ତା ମାସରେ ବାଂଲାଦେଶରେ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ୍ ଟି-୨୦ ପ୍ରତିଯୋଗିତା ସୂଚୀ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ଜୟ ଶାହ ଘୋଷଣା କରିଛନ୍ତି । ୭ ଦଳକୁ ନେଇ ଏହି ପ୍ରତିଯୋଗିତା ଅକ୍ଟୋବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୭ ତାରିଖରେ ଖେଳିବ ।
ଉଦ୍ଘାଟନୀ ଦିବସରେ ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ । ଏହା ପରେ ୩ରେ ମାଲେସିଆ, ୪ରେ ୟୁଏଇ, ୮ରେ ବାଂଲାଦେଶ ଏବଂ ୧୦ରେ ଥାଇଲାଣ୍ଡ ବିପକ୍ଷରେ ଖେଳିବ । ରାଉଣ୍ଡ ରବିନ୍ ଭିତିରେ ଏହି ପ୍ରତିଯୋଗିତା ଖେଳାଯିବ । ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍ରେ ପ୍ରବେଶ କରିବେ । ଏଥିରେ ଭାରତ, ପାକିସ୍ତାନ, ଆୟୋଜକ ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଓ ମାଲେସିଆ ଭାଗ ନେବେ ।
