ମହିଳା ଆଇପିଏଲ : ୫ଟି ଦଳର ନିଲାମ ଶେଷ, ୪୬୬୯.୯୯ କୋଟି ସଂଗ୍ରହ କଲା ବିସିସିଆଇ
ମୁମ୍ୱାଇ : ଉଦଘାଟନୀ ମହିଳା ପ୍ରିମିୟର ଲିଗ୍ ପାଇଁ ୫ଟି ଦଳର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏହି ୫ଟି ଦଳର ନିଲାମରୁ ବିସିସିଆଇ ୪୬୬୯.୯୯ କୋଟି ସଂଗ୍ରହ କରିଛି ।
ଅହମ୍ମଦାବାଦ ଦଳ ସବୁଠୁ ମହଙ୍ଗା ଟିମ୍ ସାବ୍ୟସ୍ତ ହୋଇଛି । ଆଦାନୀ ଗ୍ରୁପର ଆଦାନୀ ସ୍ପୋର୍ଟସ୍ ଲାଇନ୍ ୧୨୮୯ କୋଟିରେ ଏହି ଦଳକୁ କିଣିଛି । ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମାଲିକମାନେ ମଧ୍ୟ ଯଥାକ୍ରମେ ୯୧୨.୯୯ କୋଟି, ୯୦୧ କୋଟି ଓ ୮୧୦ କୋଟି ଟଙ୍କାରେ ତିନି ଟିମ୍ କିଣିଛନ୍ତି । କ୍ୟାପ୍ରି ଗ୍ଲୋବାଲ ହୋଲ୍ଡିଂ ଲକ୍ଷ୍ନୌ ଦଳକୁ ୭୫୭ କୋଟିରେ କିଣିଛି।
ଏହାପୂର୍ବରୁ ଭାୟାକମ୍୧୮ ପାଞ୍ଚ ବର୍ଷ ପାଇଁ ମହିଳା ଆଇପିଏଲ୍ ଲିଗର ମିଡିଆ ଅଧିକାର ୯୫୧ କୋଟିରେ କିଣିଥିଲା । କମ୍ପାନୀ ପ୍ରତି ମ୍ୟାଚ୍ ପିଛା ୭ କୋଟି ୯୦ ହଜାର ଟଙ୍କା ବିସିସିଆଇକୁ ଦେବ ।
