ମହିଳା ଏସିଆ କପ : ୧ ରନରେ ହାରିଲା ପାକିସ୍ତାନ, ଫାଇନାଲରେ ଶ୍ରୀଲଙ୍କା
ଢାକା : ମହିଳା ଟି-୨୦ ଏସିଆ କପରେ ଗୁରୁବାର ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲ ବେଶ ରୋମାଞ୍ଚକର ଭାବେ ଶେଷ ହୋଇଛି। ଏହି ମ୍ୟାଚ୍କୁ ଶ୍ରୀଲଙ୍କା ମାତ୍ର ୧ ରନରେ ଜିତି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛି। ଶେଷ ବଳରେ ଜିତିବା ପାଇଁ ୩ ରନ ଦରକାର ଥିବା ବେଳେ ପାକିସ୍ତାନ ୧ ରନ କରିବାକୁ ସକ୍ଷମ ହୋଇଥିଲା।
ଦ୍ୱିତୀୟ ସେମିରେ ଶ୍ରୀଲଙ୍କା ଶେଷ ବଲରେ ପାକିସ୍ତାନକୁ ୧ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମହିଳା ଦଳ ୬ ୱିକେଟ ହରାଇ ୧୨୨ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଲଢ଼େଇ କରିଥିଲେ ମଧ୍ୟ ୬ ୱିକେଟ ହରାଇ ୧୨୧ରେ ଅଟକି ଯାଇଥିଲା।
