ମହିଳା ଏସିଆ କପ୍ ; ୧୫ ଜଣିଆ ଭାରତୀୟ ଦଳ ଘୋଷିତ
SYDNEY, AUSTRALIA - JANUARY 31: The INdian team celebrtaes after the International Twenty20 match between Australia and India at Sydney Cricket Ground on January 31, 2016 in Sydney, Australia. (Photo by Mark Nolan - CA/Cricket Australia via Getty Images/Getty Images)
ଷ୍ଟାଣ୍ଡ୍ବାଇ ତାଲିକାରେ ତାନିୟା ଭାଟିଆ ଏବଂ ସିମ୍ରନ ବାହାଦୁର
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଂଲାଦେଶର ସିଲ୍ହେଟ୍ ଠାରେ ଆୟୋଜିତ ହେବ ମହିଳା ଏସିଆ କପ୍ ଟି-୨୦ ପ୍ରତିଯୋଗିତା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ମାଲେସିଆ, ୟୁଏଇ ଏବଂ ବାଂଲାଦେଶର ଦଳ ଅଂଶଗ୍ରହଣ କରିବେ। ଇତିମଧ୍ୟରେ ଏହି ୭ ଦେଶୀୟ ପ୍ରତିଯୋଗିତା ପାଇଁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସୂଚୀ ଘୋଷଣା କରିସାରିଛି । ଏହାକୁ ନଜରରେ ରଖି ବିସିସିଆଇ ଏଥିନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତାନିୟା ଭାଟିଆ ଏବଂ ସିମ୍ରନ ବାହାଦୁରଙ୍କୁ ଷ୍ଟାଣ୍ଡ୍ବାଇ ତାଲିକାରେ ରଖାଯାଇଛି। ଏହି ଦୁଇ ଜଣ ଇଂଲଣ୍ଡ ଗସ୍ତରେ ଯାଇଥିବା ୧୭ ଜଣିଆ ଦଳର ସଦସ୍ୟା ଅଛନ୍ତି।
ସର୍ବଭାରତୀୟ ମହିଳା ଚୟନ କମିଟି ହର୍ମନପ୍ରୀତ୍ କୌରଙ୍କ ନେତୃତ୍ବରେ ଦଳ ଘୋଷଣା କରିଛି। ୬ ଥର ବିଜେତା ଭାରତ ପ୍ରଥମ ଦିନରେ ଶ୍ରୀଲଙ୍କା ସହ ଖେଳି ଏସିଆ କପ୍ ଅଭିଯାନ ଆରମ୍ଭ କରିବ। ସିଲହେଟ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ ଗ୍ରାଉଣ୍ଡ-୨ ରେ ରାତି ୧:୩୦ ରୁ ମ୍ୟାଚ ଆରମ୍ଭ ହେବ। ଏହାପରେ ୭ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ରାଉଣ୍ଡ-ରୋବିନ ଫର୍ମାଟରେ ଭାରତ ମୋଟ ୬ ଟି ମ୍ୟାଚ୍ ଖେଳିବ। ଏହା ପରେ ସେମିଫାଇନାଲ ମ୍ୟାଚ୍ ହେବ । ଏସିଆ କପ୍ ସେମିଫାଇନାଲ୍ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିଲା ବେଳେ ୧୫ ତାରିଖରେ ଫାଇନାଲ୍ ମୁକାବିଲା ହେବ।
ଭାରତୀୟ ମହିଳା ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଦ୍ରିଗ୍ବେଜ, ସାବିନେନି ମେଘନା, ରିଚା ଘୋଷ (ୱିକେଟ୍ରକ୍ଷକ), ସ୍ନେହା ରାଣା, ଦୟାଲନ ହେମଲତା, ମେଘନା ସିଂହ, ରେଣୁକା ଠାକୁର, ପୂଜା ଭସ୍ତ୍ରକାର, ରାଜେଶ୍ବରୀ ଗାଏକ୍ବାଡ, ରାଧା ଯାଦବ, କେପି ନାଭ୍ଗିରେ। ଷ୍ଟାଣ୍ଡ୍ ବାଇ: ତାନିୟା ଭାଟିଆ, ସିମ୍ରନ ବାହାଦୁର।
