ବିଧବା ମହିଳାଙ୍କୁ ହତ୍ୟା, ୪ ଅଟକ
ସମ୍ବଲପୁର : ପୂର୍ବ ବିବାଦକୁ ନେଇ ହତ୍ୟା। ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ କରାଯିବା ସହ ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବାର ଜଣାପଡିଛି । ସକାଳେ ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ତାର ପ୍ରକୃତ କାରଣ ଜଣାପଡ଼ିନି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏମାନଙ୍କ ଭିତରେ ୩ ଜଣ ନାବାଳକ ଥିବାର ସୂଚନା ମିଳିଛି । ଅଟକଙ୍କ ମଧ୍ୟରେ ବାପା-ପୁଅ ଅଛନ୍ତି।
ସୂଚନା ଯେ, ମୃତ ମହିଳା ଜଣକ ହେଲେ ବନିତା ମିର୍ଦ୍ଧା। ବର୍ଷକ ତଳେ ବନିତାଙ୍କ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଝିଅଟି ମାମୁଘରେ ରହି ପାଠ ପଢ଼ୁଥିବା ବେଳେ ପୁଅ ମା ସହ ଘରେ ରହୁଥିଲା।
