ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ
ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନରେ ଥିବା ଗଡଦେଉଳିଆ ପଞ୍ଚାୟତ ବାଳିଆପିଟା ଗ୍ରାମର ଜଣେ ମହିଳାଙ୍କ ବ୍ରଜାଘାତ ରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଳିଆପିଟା ଗ୍ରାମର ସ୍ବର୍ଗତ ଦେବ ସିଂଙ୍କ ପତ୍ନୀ ମାଳତୀ ସିଂ।
ସୂଚନା ଯେ, ମାଳତୀ ନିଜ ବିଲ ରୁଆ ପାଇଁ କିଛି ମୂଲିଆକୁ ନେଇ ବିଲକୁ ଯାଇଥିଲେ। ପ୍ରାୟ ଦିନ 2ଟା ସମୟରେ ବିଜୁଳି ଘଡି ସହିତ ବର୍ଷା ମାଡି ଆସିଥିଲା। ଫଳରେ ବିଲରେ କାମକରୁଥିବା ମୂଲିଆଙ୍କୁ ଉଠାଇ ଘରକୁ ଫେରୁଥିବା ସମୟରେ ରାସ୍ତାରେ ସେମାନଙ୍କ ଉପରେ ବ୍ରଜାଘାତ ହୋଇଥିଲା। ତେଣୁ ଏକ ଅଟୋ ଯୋଗେ ସମସ୍ତ ଙ୍କୁ ନିକଟସ୍ଥ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ପରୀକ୍ଷା କରି ମାଳତୀ ସିଂଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଚିକିତ୍ସାଧୀନ ଥିବା ଅନ୍ୟ ଆହତମାନେ ହେଲେ ସେହି ଗ୍ରାମର ଅର୍ଜୁନ ମୁର୍ମୁ ଙ୍କ ସ୍ତ୍ରୀ ଦୁଲି ମୁର୍ମୁ, ଅଜୁ ସିଂ ଓ ଶତୃଘ୍ନ ସିଂ।
