ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ
କୋଣାର୍କ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଉପଲକ୍ଷେ ଆଜି କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୭ଟା ଯାଏଁ ବିନା ଶୁଳ୍କରେ ସମସ୍ତ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ସଂରକ୍ଷଣ ଅଧିକାରୀ ନୀରଜ ସିଂହ ।
ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ମଙ୍ଗଳବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଛି । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିବସ ପାଳନ କରାଯାଏ । ଏହାଛଡ଼ା ମହିଳାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଅନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା । ଏନେଇ ସଂରକ୍ଷଣ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି । ସକାଳ ୬ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକ ବିନା ଶୁଳ୍କରେ ମନ୍ଦିର ଭିତରକୁ ପ୍ରବେଶ କରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ।
