ଆଜିଠୁ ବଢ଼ିବ ଶୀତ ! ପ୍ରବଳ ଶୀତ ଲହରୀ ନେଇ ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ କମିବ କୁହୁଡି, ବଢିବ ଶୀତ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ । ଫଳରେ ସୋମବାର ଓ ମଙ୍ଗଳବାର ଶୀତ ଲହରି ବହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ଏହି ଦୁଇ ଦିନ ଭୀଷଣ ଶୀତ ହେବାର ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଝାରସୁଗଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ଶୀତ ଲହରି ବହିବ । ସେହିଭଳି ଏହି ସମସ୍ତ ଜିଲାରେ ଶୀତ ଲହରି ଜାରି ରହିବ । ଏହାସହ ୨ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।
ତେବେ ଆସନ୍ତା ଷୋମବାର ସକାଳ ୮ଟା୩୦ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡି଼ଶା ସହ ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ଦେଖାଦେବାର ସମ୍ଭାବନା ରହିଛି ଏହାପରେ ଆସନ୍ତାକାଲିଠାରୁ ଶୀତ ଲହରୀ ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୩ ତାରିଖ ଓ ୪ ତାରିଖ ଦୁଇ ଦିନ ୪ ଜିଲା ଝାରସୁଗୁଡା, ବରଗଡ, ସୁନ୍ଦରଗଡ ଓ ବଲାଙ୍ଗୀରରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂଜାରି କରିଛି କେନ୍ଦ୍ର ।
