ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦ୍ଯାପିତ
ରୂପ୍ସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍ସା ନୀଳମଣି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦ୍ଯାପିତ ହୋଇଛି ।
ଉଦ୍ଯାପନୀ ଉତ୍ସବରେ ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପକ ମାନସ ରଞ୍ଜନ ସାମଲ, ମୁଖ୍ୟବକ୍ତା ଡ. ତପନ କୁମାର ଦାସ, ସମ୍ମାନିତ ଅତିଥି ଅଧ୍ୟାପକ ପ୍ରେମାନନ୍ଦ ସେଠୀ, ପୂର୍ବତନ ବିଇଓ ଜୟନ୍ତ କୁମାର ପାଣିଗ୍ରାହୀ ଓ ଅଧ୍ୟାପକ ଶ୍ରବଣ ନାୟକ ଯୋଗଦେଇ ସେବା ଓ ତ୍ୟାଗ ଶିବିରାର୍ଥୀଙ୍କ ବ୍ରତ ହେବା ଉଚିତ୍ ବୋଲି ବକ୍ତବ୍ୟରେ କହିଥିଲେ । ଏହି ଶିବିରରେ ସ୍ୱେଚ୍ଚାସେବୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ, ରାସ୍ତା ମରାମତି, ରକ୍ତଦାନ ଶିବିର, ଚାରା ରୋପଣ, ଗ୍ରାମ ସର୍ବେକ୍ଷଣ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ଡ. ଆରୁଣୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ସ୍ୱେଚ୍ଛାସେବୀଙ୍କୁ ଶିଶୁ ସୁରକ୍ଷା ଅଧିକାର, ବ୍ୟକ୍ତିତ୍ୱ ବିକାଶ, କ୍ୟାରିୟର କାଉନସେଲିଂ, ଏଡସ୍, ଯୋଗ, ସ୍ୱଚ୍ଚ ଭାରତ ଅଭିଯାନ, ଜୀବନ କୌଶଳ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା, ଡ. ଭାସ୍କର ଜେନା, ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ ଓ ଶମ୍ବୁନାଥ ଗିରି, ଭବେଶ ଚନ୍ଦ୍ର ନାୟକ ପ୍ରମୁଖ ରିସୋର୍ସ ପର୍ସନ ଭାବେ ଯୋଗଦେଇଥିଲେ । ଶେଷରେ ଅଧ୍ୟାପିକା ଇତିଶ୍ରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
