ନୂଆ ସଂସଦ ଭବନରେ ହେବ ଶୀତ ଅଧିବେଶନ
ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ନୂଆ ଭବନରେ ହେବ। ଏହି ବିଲ୍ଡିଂଟି ଟେକ୍ନିକ୍ ଏବଂ ସୁରକ୍ଷା ଦୃଷ୍ଟିରୁ ପୁରୁଣା ବିଲ୍ଡିଂ ଠାରୁ ବେଶ୍ ଭଲ। ଏଥିପାଇଁ ସରକାର ଜୋର୍ସୋର୍ରେ ଉଦ୍ୟମ ଜାରି ରଖିଛନ୍ତି। କାମ ପ୍ରାୟ ଶେଷ ପର୍ଯ୍ୟାୟରେ । ତେଣୁ ନୂତନ ସଂସଦ ଭବନରେ ଶୀତ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି।
‘ସଂସଦର ନୂତନ ଭବନରେ ଶୀତ ଅଧିବେଶନ ଆରମ୍ଭ କରିବା ଏବଂ ଆମର ନୂତନ ଆତ୍ମନିର୍ଭରଶୀଳ ଭାରତର ଚିତ୍ର ସ୍ପଷ୍ଟ ଭାବରେ ଦର୍ଶାଇବ ବୋଲି ବିର୍ଲା କହିଛନ୍ତି। ବୈଷୟିକ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଏହି ନୂତନ କୋଠା ପୁରୁଣା ସଂସଦ ଭବନଠାରୁ ବହୁ ଆଗରେ । କିନ୍ତୁ ସଂସଦର ପୁରୁଣା କୋଠା ମଧ୍ୟ ଏହାର ଏକ ଅଂଶ ହୋଇ ରହିବ ବୋଲି ବିର୍ଲା କହିଛନ୍ତି । ଏକ ସାକ୍ଷାତକାରରେ ଓମ ବିର୍ଲା କହିଛନ୍ତି ଯେ ନୂତନ ସଂସଦ ଲୋକଙ୍କ ଆଶା ଓ ଆକାକ୍ଷାଂ ପୂରଣ କରିବାରେ ଯଥେଷ୍ଟ ସହାୟକ ହେବ । ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ସଂସଦର କାର୍ଯ୍ୟ ବିଳମ୍ବିତ ରାତି ପର୍ୟ୍ୟନ୍ତ ଏଣିକି ଚାଲିପାରିବ ।

ବିର୍ଲା କହିଛନ୍ତି ଯେ ସମସ୍ତ ଦଳ ମଧ୍ୟ ନିଜ ନିଜ ନେତାଙ୍କ ସହ କଥା ହେବା ଉଚିତ୍। ସେ କହିଛନ୍ତି, “ସମୟ ସମୟରେ ମୁଁ ଦଳର ନେତାଙ୍କ ସହ ମଧ୍ୟ କଥାବାର୍ତ୍ତା କରେ । ସେମାନଙ୍କ ସହଯୋଗରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ଉଚିତ । ଅନୁଶାସନ ଏବଂ ମର୍ଯ୍ୟାଦା ବଜାୟ ରଖିବା ଉଚିତ୍। ସବୁ ଦଳରର ନେତାମାନଙ୍କର ସହଯୋଗରେ ଗୃହରେ ଉତ୍ପାଦକତା ଏବଂ ବିତର୍କର ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି।‘ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମରେ ନୂତନ ପାର୍ଲାମେଣ୍ଟ ବିଲ୍ଡିଂର ନାମ କରଣ କରିବାକୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ।
