ହୋଟେଲ ରୁମରେ କାହିଁକି ଧଳା ରଙ୍ଗର ବେଡସିଟ୍ ବ୍ୟବହାର କରାଯାଏ? ଜାଣନ୍ତୁ ଏହାର କାରଣ
Female Hand set up white bed sheet in bedroom
ପଞ୍ଚତାରକା ହୋଟେଲ ହେଉ କିମ୍ବା ସାଧାରର ହୋଟେଲ ସେଠାର ଅଧିକାଂଶ ବେଡସିଟ୍ ରଙ୍ଗ କିନ୍ତୁ ଧଳା ରହିଥାଏ। ତେବେ ଜାଣନ୍ତି କି ହୋଟେଲର ବେଡସିଟ୍ କାହିଁକି ଧଳା ରଙ୍ଗର ହୋଇଥାଏ? ଏହାର ମଧ୍ୟ ଏକ ମନୋବୈଜ୍ଞାନିକ କାରଣ ରହିଛି….
ମନୋବିଜ୍ଞାନୀଙ୍କ ମତରେ ହୋଟେଲାରେ ଧଳା ରଙ୍ଗର ବେଡସିଟ୍ ଉପଯୋଗ କରିବା କାରଣରୁ ଆଖିକୁ ଆରାମ ଦେଇଥାଏ ଏବଂ ଟେନସନ୍ ମଧ୍ୟ ଦୂର ହୋଇ ଯାଇଥାଏ। ଛୁଟି ବିତାଇବାକୁ ଯେତେବେଳେ ଲୋକମାନେ ହୋଟେଲ ରୁମ୍ ଗୁଡିକରେ ରହିଥାନ୍ତି ସେତେବେଳେ ସେଠାକାର ଷ୍ଟାଫମାନେ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ଦେଇଥାନ୍ତି। ଚିନ୍ତାମୁକ୍ତ ହୋଇ ଛୁଟିର କିଭଳି ମଜା ନେଇପାରିବେ ସେ ନେଇ ହୋଟେଲର କର୍ମଚାରୀମାନେ ଅଧିକ ଯତ୍ନଶୀଳ ରହିଛନ୍ତି।
ତା ଛଡା ହୋଟେରେ ଧଳା ବେଡସିଟ୍ ସଫା କରିବା ପାଇଁ ସବୁବେଳେ ପ୍ରାୟତଃ ବ୍ଳିଚର ବ୍ୟବହାର କରାଯାଇଥାଏ। ଏଭଳି କରିବା ଦ୍ବାରା କପଡାରେ ଥିବା ସମସ୍ତ କିଟାଣୁ ମଧ୍ୟ ଶେଷ ହୋଇଯାଇଥାଏ। ୯୦ ଦଶକରେ ଆଖପାଖର ସମୟରେ ହୋଟେଲରେ ବିଶେଷ ଭାବରେ ରଙ୍ଗୀନ ଓ ଗାଢ ରଙ୍ଗର ଚାଦର ବ୍ୟବହାର କରାଯାଉଛି। ସେଗୁଡିକୁ ଦେଖାଶୁଣା କରିବା ଖୁବ୍ କଷ୍ଟକର ହୋଇଯାଉଥିଲା। ମନୋବୈଜ୍ଞାନିକଙ୍କ ରିସର୍ଚ୍ଚ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ହୋଟେଲରେ ଧଳା ରଙ୍ଗର ବେଡସିଟ୍ ବ୍ୟବହାର କରାଯିବ।
