ଡବ୍ଲୁଏଚଓର ଚେତାବନୀ! ବିଶ୍ୱରେ ଶେଷ ହୋଇନାହିଁ କରୋନା ମହାମାରୀ
ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ, କୋଭିଡ୍ ମହାମାରୀ ନିଶ୍ଚିତ ଭାବେ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ । ସେ କହିଛନ୍ତି ଯେ, ଆମେ ନିଜର ବିପଦରେ ଆମର ପ୍ରତିରକ୍ଷା ନିୟମକୁ ହ୍ରାସ କରୁଛୁ ।
ଜେନେଭାରେ ସଂଗଠନର ବାର୍ଷିକ ବୈଠକ ଆରମ୍ଭ କରି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଅଡାନୋମ ଘେବ୍ରେୟସସ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ଯେ, ନମୁନାର ଯାଞ୍ଚ ଏବଂ ଅନୁକ୍ରମଣରେ ହ୍ରାସର ଅର୍ଥ ଆମେ ଭାଇରସ୍ର ଉପସ୍ଥିତିକୁ ନେଇ ଆଖି ବନ୍ଦ କରିଦେଇଛୁ । ସେ ଏହା ମଧ୍ୟ କହିଛନ୍ତି ଯେ, କମ୍ ଆୟ ବିଶିଷ୍ଟ ଦେଶର ପ୍ରାୟ ୧ ଅରବ ଲୋକଙ୍କୁ ଏପର୍ୟ୍ୟନ୍ତ କୋରନା ଟିକା ଦିଆଯାଇ ପାରିନାହିଁ । ବିଶ୍ବବ୍ୟାପୀ ପରିସ୍ଥିତି ଆଧାରରେ ବର୍ତ୍ତମାନର ସାପ୍ତାହିକ ରିପୋର୍ଟକୁ ଦୃଷ୍ଟିରେ ରଖି ଘେବ୍ରେୟସସ କହିଥିଲେ ଯେ, ସଂକ୍ରମଣର ନୂଆ ମାମଲାରେ ମାର୍ଚ୍ଚ ପରେ କିଛି ସପ୍ତାହ ଧରି ହ୍ରାସ ପାଇବା ପରେ ମାମଲାରେ ସ୍ଥିରତା ଦେଖାଦେଇଛି ।
