ପ୍ରାଣଘାତୀ ହୋଇଥାଏ ଅରୁଆ ଭାତ! ଖାଉଥିଲେ ହୋଇଯାଆନ୍ତୁ ସାବଧାନ
ଭାରତୀୟ ମାନଙ୍କ ପାଇଁ ରୋଟି ପରେ ଭାତ ମୁଖ୍ୟ ଖାଦ୍ୟ ଅଟେ। ଏହି ଦୁଇଟି ଖାଦ୍ୟ ଖାଇବା ପୂର୍ବରୁ ଆମେ କେବେ ଭାବି ନ ଥାଉ ଯେ ଏହା ସ୍ୱାସ୍ଥ୍ୟ ଉପଯୋଗୀ ଅଟେ ନା ନାହିଁ। ଧଳା ଚାଉଳ ବା ଅରୁଆ ଭାତ (white rice) ମଧ୍ୟ ଆମ ଦେଶର ଅନେକ ସ୍ଥାନରେ ଲୋକେ ଖାଇଥାଆନ୍ତି। ଅରୁଆ ଭାତକୁ ଏକ ଅସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗଣାଯାଇନଥାଏ । ଅରୁଆ ଭାତ ଅଧିକ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ (Diseases) ହେବାର ଆଶଙ୍କା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅତ୍ୟଧିକ ପରିମାଣର ଅରୁଆ ଭାତ ଖାଇବା, ବଜାରରେ ମିଳୁଥିବା ଚକୋଲେଟ କ୍ୟାଣ୍ଡି ଖାଇବା ସହିତ ସମାନ। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଯଦି ଆପଣ ଅରୁଆ ଭାତ (white rice) ଖାଇବାକୁ ଭଲ ପାଉଛନ୍ତି ତାହାଲେ ଏବେଠାରୁ ସାବଧାନ ହୋଇ ଯାଆନ୍ତୁ। କାରଣ ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ବିପଦରେ ପକାଇପାରେ।
ଆସନ୍ତୁ ଜାଣିବା କାହିଁକି କ୍ଷତିକାରକ ହୋଇଥାଏ ଅରୁଆ ଚାଉଳ?
ଉଷୁନା ଚାଉଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଅରୁଆ ଚାଉଳ (white rice) କ୍ଷତିକାରକ ହୋଇଥାଏ। କମ୍ ପରିମାଣରେ ଅରୁଆ ଚାଉଳ ଖାଇବା ଦ୍ୱାରା ଏହା ଶରୀର ଉପରେ ଏତେ ମାତ୍ରାରେ ପ୍ରଭାବ ପକାଇ ନଥାଏ, କିନ୍ତୁ ଏହାର ମାତ୍ରାଧିକ ସେବନ ବା ନିୟମିତ ଏହାକୁ ଖାଅବା ଦ୍ବାରା ସ୍ୱାସ୍ଥ୍ୟକୁ ବିଗାଡି଼ ଥାଏ। ଉଷୁନା ଚାଉଳ (Brown rice) ଅପେକ୍ଷା ଅରୁଆ ଚାଉଳରେ ସ୍ୱାସ୍ଥ୍ୟ ଉପଯୋଗୀ ଉପାଦାନ କମ୍ ପରିମାଣର ରହିଥାଏ। ଅରୁଆ ଚାଉଳ ଖାଇବା ଚିନି (Sugar) ଖାଇବା ସହ ସମାନ ହୋଇଥାଏ। ଏହା ଉଷୁନା ଚାଉଳ ଅପେକ୍ଷା କମ୍ ଫାଇବର (Fiber) ଯୁକ୍ତ ହୋଇଥାଏ। ଏଥିଲାଗି ବୟସ୍କ ଲୋକମାନଙ୍କୁ ଅରୁଆ ଚାଉଳ ନ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।
ସ୍ୱାସ୍ଥ୍ୟ ଉପରେ କିପରି କ୍ଷତି କରିଥାଏ ଅରୁଆ ଚାଉଳ …
ଗ୍ଲାଇସେମିକ ଇଣ୍ଡେକ୍ସ ସ୍ତର ଉଚ୍ଚ ରହିଥାଏ :
ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ ଗୁଡିକୁ ଆମ ଶରୀର କେତେକ ମାତ୍ରାରେ ସର୍କରାରେ ପରିଣତ କରିଥାଏ, ଏହା ଗ୍ଲାଇସେମିକ ଇଣ୍ଡେକ୍ସ ଦ୍ୱାରା ମପାଯାଏ। ଏହି ସ୍ତର ‘୦’ ରୁ ଆରମ୍ଭ ହୋଇ ‘୧୦୦’ ପର୍ଯ୍ୟନ୍ତ ଯାଇଥାଏ। ଏହାକୁ ନିମ୍ମଲିଖିତ ପ୍ରାକାରରେ ପରିମାପ କରାଯାଏ।
କମ୍ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ– ୫୫ ରୁ କମ୍
ମଧ୍ୟମ ଧରଣର ଗ୍ଲାଇସେମିକ ଇଣ୍ଡେକ୍ସ– ୫୬ ରୁ ୬୯
ଉଚ୍ଚ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ– ୭୦ ରୁ ୧୦୦
ଟାଇପ-୨ ମଧୁମେହ ରୋଗୀଙ୍କ ପାଇଁ କମ୍ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଖାଦ୍ୟ ଗୁଡିକ ଉପକାରୀ ହୋଇଥାଏ। କାରଣ ଏହି ପ୍ରକାରର ଖାଦ୍ୟ ଶରୀରରେ ବହୁତ କମ୍ ପରିମାଣର ଶର୍କରା ନିର୍ମାଣ କରିଥାଏ। ଉଚ୍ଚ ସ୍ତରର ଗ୍ଲାଇସେମିକ ଇଣ୍ଡେକ୍ସ ଥିବା ଖାଦ୍ୟ ଶରୀରରେ କ୍ଷୀପ୍ର ଗତିରେ ଶର୍କରା ଉତ୍ପାଦନ କରିଥାଏ। ତେବେ ଅରୁଆ ଚାଉଳର ଗ୍ଲାଇସେମିକ ଇଣ୍ଡେକ୍ସ ୬୪ ଅଟେ। ତେଣୁ ଡାକ୍ତର ମଧୁମେହ ରୋଗୀଙ୍କୁ ଅରୁଆ ଚାଉଳ ଖାଇବା ପାଇଁ ବାରଣ କରିଥାଆନ୍ତି। ଅତ୍ୟଧିକ ଅରୁଆ ଭାତ ଖାଇବା ଦ୍ୱାରା ଟାଇପ-୨ ମଧୁମେହ ହେବାର ଆଶଙ୍କା ବଢିଥାଏ।
୩ ଲକ୍ଷ ୫୦୦ ହଜାରରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁମାନେ ଅଧିକ ଅରୁଆ ଭାତ ଖାଉଥିଲେ, ସେମାନଙ୍କଠାରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଥାଏ। ସବୁଠୁ ବଡ଼ କଥା, ପ୍ରତିଦିନ ଖାଉଥିବା ଚାଉଳର ପ୍ରତ୍ୟେକ ସେବନ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି କରିଥାଏ।
ମେଟାବୋଲିକ ସିଣ୍ଡ୍ରୋମ ହେବାର ଆଶଙ୍କା ବଢାଇଥାଏ :
ମେଟାବୋଲିକ ସିଣ୍ଡ୍ରୋମ ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ମାଡି଼ ବସିଥାଏ। ଏହାର ପ୍ରଭାବରେ ହୃଦରୋଗ, ଡାଇବେଟିସ, ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଛଡା ଏହାର ପ୍ରଭାବରେ ରକ୍ତରେ ଶର୍କରା ପରିମାଣ ବଢିବା ସହ ଶରୀରରେ ଉପକାରୀ କୋଲେଷ୍ଟ୍ରଲର ପରିମାଣକୁ ହ୍ରାସ କରିଥାଏ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବରେ ଅଧିକ ପରିମାଣର ଅରୁଆ ଚାଉଳ ଖାଉଛନ୍ତି, ସେମାନଙ୍କଠାରେ ମେଟାବୋଲିକ୍ ସିଣ୍ଡ୍ରୋମ ହେବାର ଆଶଙ୍କା ଅଧିକ ଥାଏ। ବିଶେଷ କରି, ଏସୀୟ ମହାଦେଶର ଲୋକମାନେ ଅଧିକ ଅରୁଆ ଭାତ ଖାଉଥିବାରୁ ଏହି ଲୋକଙ୍କଠାରେ ମେଟାବୋଲିକ୍ ସିଣ୍ଡ୍ରୋମର ପରିମାଣ ଅଧିକ ଦେଖା ଯାଇଥାଏ। ଉଷୁନା ଚାଉଳ ଖାଉଥିବା ଲୋକଙ୍କଠାରେ ଅରୁଆ ଚାଉଳ ଖାଉଥିବା ଲୋକଙ୍କ ଅପେକ୍ଷା ହୃଦଘାତର ଆଶଙ୍କା କମ୍ ଦେଖାଯାଇଥାଏ। ଉଷୁନା ଚାଉଳରେ ତିବା ଲିଗାନ୍ସ ଗୁଡିକ ରକ୍ତରେ ଫ୍ୟାଟ ଜମିବାରୁ ରକ୍ଷା କରିଥାଏ। ଏହାସହ ରକ୍ତଚାପ କମ୍ କରିବା ସହ ଧମନୀର କଠିନତାକୁ କମ୍ କରିବାରେ ସାହାଯ୍ୟ କରିଥାଏ।
ଓଜନ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି କରିଥାଏ
ଅରୁଆ ଚାଉଳକୁ ଏକ ବିଶୋଧିତ ଖାଦ୍ୟ ଶସ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ବହୁ ପରିମାଣରେ ଅରୁଆ ଭାତ ଖାଇବା ଦ୍ବାରା ମେଦବହୁଳତା ବୃଦ୍ଧି ପାଇବା ସହ ଓଜନ ବଢିଥାଏ। ଅରୁଆ ଚାଉଳ କେବେ ବି ଓଜନ ହ୍ରାସ କରିବା ପାଇଁ ସହାୟକ ହୋଇନଥାଏ।
