ଶୌଚ ସାରି ଫେରୁଥିବା ବେଳେ ହାତୀ ଆକ୍ରମଣ, ବୃଦ୍ଧ ମୃତ
ବନ୍ତଳା : ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ ନିକଟସ୍ଥ ପଡ଼ିଆକୁ ଯାଇଥିଲା ବେଳେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତକ ଜଣଙ୍କ ବନ୍ତଳା ବନାଞ୍ଚଳ ବସଲା ପଞ୍ଚାୟତ ସୁନାଭୁଇଁ ଗାଁର ଦିବାକର ସାହୁ (୬୨)। ଦିବାକର ବୁଧବାର ଭୋର୍ ସମୟରେ ଘର ନିକଟରେ ଥିବା ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହୋଇସାରି ଫେରୁଥିବା ବେଳେ ସେ ହାତୀପଲଙ୍କ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ବନ୍ତଳା ବନାଞ୍ଚଳର ବନ କର୍ମଚାରୀ ଓ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
