ଡ୍ୟୁଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଡିଭିଏଫ ଯବାନଙ୍କ ମୃତ୍ୟୁ, ୩ ଆହତ
ମାଲକାନଗିରି : ମାଲକାନଗିରି ଜିଲା ଚମ୍ପାଖାରି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଡିଭିଏଫ ଯବାନ ବିଶ୍ୱନାଥ ମାଡକାମି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।
ସୂଚନା ଯେ, ମାଲକାନଗିରି ରିଜର୍ଭ ପୋଲିସରେ କାର୍ଯ୍ୟରତ ବିଶ୍ୱନାଥ ମାଡକାମି ଡ୍ୟୁଟି ସାରି ବାଇକରେ ପଦରପାଲିଠାରେ ଥିବା ନିଜ ଘରକୁ ଫେରୁଥିଲେ। ଏଣେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ବିଶ୍ଵନାଥଙ୍କ ବାଇକ୍କୁ ପିଟିଥିଲା। ସେହି ବାଇକ୍ରେ ୩ ଜଣ ଥିଲେ। ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଦୁଇ ବାଇକ୍ର ୪ ଜଣ ଛିଟିକି ଦୂରରେ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ବିଶ୍ୱନାଥ ମାଡକାମିଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
