ହ୍ୱାଟ୍ସଆପ୍ ଆଣିଲା ଫିଙ୍ଗରପ୍ରିଣ୍ଟ ଲକ୍ ଫିଚର ! ସୁରକ୍ଷିତ ରହିବ ପ୍ରାଇଭେଟ୍ ଚାଟ୍ ଏବଂ ମେସେଜ୍
ନୂଆଦିଲ୍ଲୀ : ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ହ୍ୱାଟ୍ସଆପ୍ ଆଣିଲା ଏକ ନୂଆ ଫିଚର। ଏଣିକି ଫିଙ୍ଗରପ୍ରଣ୍ଟ ଲକ୍ ସାହାଯ୍ୟରେ ଆପଣ ନିଜ ହ୍ୱାଟ୍ସଆପକୁ ସୁରକ୍ଷିତ ରଖିପାରିବେ। ଏହା ପୂର୍ବରୁ ଆଇଓଏସ୍ ୟୁଜରଙ୍କ ପାଇଁ ହ୍ୱାଟ୍ସଆପ୍ ଏହି ଫିଚର ଜାରି କରିଥିଲା। ବର୍ତ୍ତମାନ ଆଣ୍ଡ୍ରଏଡ୍ ୟୁଜର ମଧ୍ୟ ଫିଙ୍ଗରପ୍ରିଣ୍ଟ ଲକ୍ର ସୁବିଧା ପାଇପାରିବେ। ହ୍ୱାଟ୍ସଆପ୍ର ଏହି ନୂଆ ଫିଚର ବଳରେ ଆପଣଙ୍କ ପ୍ରାଇଭେଟ୍ ଚାଟ୍ ଏବଂ ମେସେଜ୍ ଆହୁରି ସୁରକ୍ଷିତ ରହିବ।
ଏନେଇ ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି, “ଯେଉଁ ସ୍ମାର୍ଟଫୋନ୍ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି, ସେମାନଙ୍କୁ ହ୍ୱାଟ୍ସଆପ୍ରେ ଫିଙ୍ଗରପ୍ରିଣ୍ଟ୍ ଲକ୍ର ସୁବିଧା ମିଳିପାରିବ। ଏହାକୁ ଆପଣ ସେଟିଂ ଯାଇ ଏନାବଲ୍ କରିପାରିବେ। ଏଥିପାଇଁ ଆପଣ ପ୍ଲେ-ଷ୍ଟୋର ଯାଇ ହ୍ୱାଟ୍ସଆପ୍କୁ ଅପ୍ଡେଟ୍ କରିବା ଆବଶ୍ୟକ।” ହ୍ୱାଟ୍ସଆପ୍ ନିଜ ଅଫିସିଆଲ ପୋଷ୍ଟରେ ଆହୁରି ମଧ୍ୟ କହିଛି, “ଚଳିତବର୍ଷ ଆରମ୍ଭରେ କମ୍ପାନି ପକ୍ଷରୁ ଆଇଫୋନ୍ ୟୁଜରଙ୍କ ପାଇଁ ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍ ଲକ୍ ସପୋର୍ଟ ଦିଆଯାଇଥିଲା। ବର୍ତ୍ତମାନ ଏହି ଗଳି ଅଥେଣ୍ଟିକେସନ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ଲଞ୍ଚ୍ କରିଦିଆଯାଇଛି।” ଜାଣନ୍ତୁ କେମିତି କରିବେ ବ୍ୟବହାର……
ହ୍ୱାଟ୍ସଆପ୍ରେ ଏମିତି ଅନ୍ କରନ୍ତୁ ଫିଙ୍ଗରପ୍ରିଣ୍ଟ ଫିଚର :
ଯଦି ଆପଣଙ୍କ ହ୍ୱାଟ୍ସଆପ୍ ଅପଡେଟ୍ ହୋଇନାହିଁ, ତେବେ ପ୍ରଥମେ ଗୁଗଲ ପ୍ଲେ-ଷ୍ଟୋର ଯାଇ ଏହାକୁ ଅପ୍ଡେଟ୍ କରି ନିଅନ୍ତୁ।
ହ୍ୱାଟ୍ସଆପ୍ ଖୋଲି ସେଟିଂ ଅପ୍ସନ୍ରେ କ୍ଲିକ୍ କରନ୍ତୁ।
ଏହାପରେ ଆକାଉଣ୍ଟ ଅପସନ ଖୋଲି ପ୍ରାଇଭେସୀ ଉପରେ କ୍ଲିକ୍ କରନ୍ତୁ।
ପ୍ରାଇଭେସୀ ଖୋଲିବା ପରେ ସବା ତଳକୁ ଏକ ନୂଅ ଫିଚର ‘ଫିଙ୍ଗରପ୍ରିଣ୍ଟ ଲକ୍’ ରହିଥିବା।
ଏହାକୁ ଖୋଲି ଫିଙ୍ଗରପ୍ରିଣ୍ଟ ଲକ୍ ଏନାବଲ୍ କରନ୍ତୁ। ଏହାପରେ ନିଜ ଫିଙ୍ଗରପ୍ରିଣ୍ଟ ସେଟ୍ କରି ଏହାର ଟାଇମିଂ ପିରିୟଡ୍ ସେଟ୍ କରନ୍ତୁ। ବର୍ତ୍ତମାନ ହ୍ୱାଟ୍ସଆପ୍ ବନ୍ଦ କରି ପୁନର୍ବାର ଖୋଲିଲେ ଦେଖିବେ ଏଥିପାଇଁ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ ମାଗିବ।
