Whatsapp Banned : ଭାରତରେ କାହିଁକି ୬୫ ଲକ୍ଷ ଆକାଉଣ୍ଟ ବ୍ୟାନ୍ କଲା ହ୍ବାଟସ୍ ଆପ୍
ଭାରତରେ ପ୍ରାୟ ୬୫ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ହ୍ବାଟସ୍ ଆପ୍ । ବହୁ ଭାରତୀୟ ଗ୍ରାହକଙ୍କ ଅଭିଯୋଗ ପାଇବା ପରେ କମ୍ପାନୀ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। କମ୍ପାନୀ ପକ୍ଷରୁ ମଇ ୧ ୩୧ ତାରିଖରୁ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଣ୍ଟରନେଟ୍ ମିଡିଆ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ସଶକ୍ତ କରିବାକୁ କେନ୍ଦ୍ର ନିକଟରେ ଅଭିଯୋଗ ଆପିଲ୍ କମିଟି ମଧ୍ଯ ଆରମ୍ଭ କରିଛି।
୬୫ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଲା ହ୍ବାଟସ୍ ଆପ୍ :
ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ହ୍ବାଟସ୍ ଆପ୍ ୬୫,୦୮,୦୦୦ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୨୪,୨୦,୭୦୦ଟି ଆକାଉଣ୍ଟକୁ ବିନା କୌଣସି ଅଭିଯୋଗରେ କମ୍ପାନୀ ଦ୍ୱାରା ବନ୍ଦ କରାଯାଇଛି ।
ଏପ୍ରିଲ ମାସରେ ବନ୍ଦ ହୋଇଥିଲା ୭୪ ଲକ୍ଷ ଆକାଉଣ୍ଟ :
ସୂଚନଯୋଗ୍ୟ, ଦେଶର ସବୁଠାରୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ ଆପ୍ ଲାଗି ଗତ ମଇ ମାସରେ ୩,୯୧୨ ଆକାଉଣ୍ଟକୁ ବ୍ୟାନ କରିବା ନେଇ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ହ୍ବାଟସ୍ ଆପ୍ ୨୯୭ଟି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି ଅଭିଯୋଗ ଆବେଦନ କମିଟି :
ଲକ୍ଷ ଲକ୍ଷ ଭାରତୀୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ନିକଟରେ ଅଭିଯୋଗ ଆପିଲେଟ୍ କମିଟି ଆରମ୍ଭ କରିଛି, ଯାହା ବିଷୟବସ୍ତୁ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ଚିନ୍ତାଧାରାକୁ ଦେଖିବ। ବିଗ୍ ଟେକ୍ କମ୍ପାନୀଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ଡିଜିଟାଲ୍ ନିୟମକୁ ମଜବୁତ କରିବା ପାଇଁ ନୂତନ ଭାବେ ଗଠିତ ପ୍ୟାନେଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ନିଷ୍ପତ୍ତି ବିରୁଦ୍ଧରେ ବ୍ୟବହାରକାରୀଙ୍କ ଆବେଦନକୁ ଦେଖିବ।
