ପଶ୍ଚିମବଙ୍ଗରେ ଲାଗୁହେବ ନାହିଁ ରାଷ୍ଟ୍ରୀୟ ଶିକ୍ଷା ନୀତି : ଶିକ୍ଷା ମନ୍ତ୍ରୀ
କଲିକତା : କେନ୍ଦ୍ରର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ । ମଙ୍ଗଳବାର ଦିନ ବିଧାନସଭାରେ ଶିକ୍ଷାମନ୍ତ୍ରୀ ଏହା କହିଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବେ ନାହିଁ । ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ବନ୍ଧରେ ଅନେକ ମତଭେଦ ରହିଛି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ଏକପାଖିଆ ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାର ଏହାକୁ ଗ୍ରହଣ କରିବେ ନାହିଁ ।
