ପଶ୍ଚିମବଙ୍ଗ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତିଙ୍କ ନୀଳଗିରି ଗସ୍ତ; ଆଦିବାସୀ ଘରେ କଲେ ମଧ୍ୟାହ୍ନ ଭୋଜନ
ନୀଳଗିରି : ପଶ୍ଚିମବଙ୍ଗ ଭାଜପା ମହିଳା ମୋର୍ଚ୍ଛାର ରାଜ୍ୟ ସଭାପତି ତନୁଜା ଚକ୍ରବର୍ତ୍ତୀ ବାଲେଶ୍ୱର ଜିଲା ପ୍ରବାସ ଗସ୍ତରେ ଦୁଇଦିନ ପାଇଁ ଆସିଥିବା ବେଳେ ଶୁକ୍ରବାର ନୀଳଗିରି ଗସ୍ତ କରିଥିଲେ । ତାଙ୍କ ସହିତ ରାଜ୍ୟ ଓ ଜିଲାର ମହିଳା ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।


ଚଣ୍ଡୀପୁର ଛକରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପୁର୍ବକ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଚଣ୍ଡୀପୁର ପୂର୍ତ୍ତବିଭାଗ ରାସ୍ତା ଠାରୁ କାଠଗୋଛି ପର୍ଯ୍ୟନ୍ତ ଧୁମ୍ଶା ମାଦଳର ତାଳେ ତାଳେ ଶୋଭାଯାତ୍ରା ହୋଇଥିଲା । ପରେ ଉକ୍ତ ଅଞ୍ଚଳର କାଠଗୋଛି ଗ୍ରାମରେ ଆସି ବୈଦ୍ୟନାଥ ସିଂଙ୍କ ଘରେ ମଧ୍ୟାହ୍ନ ଭଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବର୍ଣ୍ଣବୈଷ୍ଣବ ମନୋଭାବ ମନରୁ କାଢ଼ିବାକୁ ଏହି ପ୍ରୟାସ କରାଯାଉଥିବା ଶ୍ରୀମତୀ ଚକ୍ରବର୍ତ୍ତୀ କହିଥିଲେ । ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ସ୍ୱର୍ଣ୍ଣଚୁଡ଼ ମଣ୍ଡଳ ସଭାପତି ତାପସ ମହାନ୍ତି, ଗଙ୍ଗାଧର ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଛାର ଉପ-ସଭାପତି ସୁଷମା ବିଶ୍ୱାଳ, ନାରୀନେତ୍ରୀ ମନୀଷା ଚିନ୍ମୟୀ ବେହେରା, ମାଳତୀମ ନାୟକ, ସଂଯୁକ୍ତା ମହାପାତ୍ର, ସିପ୍ରା ମହାପାତ୍ର, ମମତା ମହାପାତ୍ର, ଶୋଭନା ମହାନ୍ତି, ଇତିଶ୍ରୀ ମାଝୀ, କମଳା ବିନ୍ଧାଣି, ସୁଇଟି ବାରିକ, ତାପସ ମହାନ୍ତି, ଗଙ୍ଗାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
