ସାପ୍ତାହିକ ରାଶିଫଳ : ସପ୍ତାହ ଆରମ୍ଭରୁ ଏହି ରାଶିମାନଙ୍କ ଉପରେ ବୁଧ ଚଳନର ପ୍ରଭାବ, ୭ ଦିନ ମଧ୍ୟରେ ହୋଇପାରନ୍ତି ମାଲାମାଲ…
ସାପ୍ତାହିକ ରାଶିଫଳ ଅନୁଯାୟୀ, ନଭେମ୍ବର ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ କିଛି ରାଶିର ଲୋକଙ୍କ ପାଇଁ ଖୁବ୍ ଶୁଭ ହେବାକୁ ଯାଉଛି। ବାସ୍ତବରେ, ବୁଧ ଗ୍ରହ ସପ୍ତାହର ପ୍ରଥମ ଦିନରେ ନିଜର ସ୍ଥାନର ପରିବର୍ତ୍ତନ କରିଛି। ଏହାର ପ୍ରଭାବରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହା ସୂପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ରହିବ।ଯାହା ଦ୍ୱାରା ସେମାନେ ଲାଭବାନ ହୋଇପାରିବେ।
ମେଷ : ଏହି ସପ୍ତାହରେ ମେଶ ରାଶି ଥିବା ଲୋକଙ୍କ ପାଇଁ ଭଲ ହେବ। ଏହି ସପ୍ତାହରେ ସେମାନଙ୍କ ପାଇଁ କାର୍ଯ୍ୟଭାର ବଢ଼ିବ ମାତ୍ର ସେମାନେ ନିଜ ବୁଦ୍ଧି ଓ କୌଶଳ ବଳରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ। ଏହି ରାଶିର କିଛି ଲୋକ ଏକ ନୂଆ କାର କିମ୍ବା ଏକ ନୂଆ ଜମି ବା ପ୍ଲଟ୍ କିଣିପାରନ୍ତି।
ବୃଷ : ସପ୍ତାହର ଆରମ୍ଭ ଏମାନଙ୍କ ପାଇଁ ଶୁଭଫଳ ଆଣିବ। ଏହି ଲୋକମାନେ ଟଙ୍କା ଏବଂ ଉପହାର ପାଇପାରିବେ। କାର୍ଯ୍ୟଭାରରେ ହ୍ରାସ ହେବ। କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସପ୍ତାହ ଶେଷରେ ମଧ୍ୟ ଆର୍ଥିକ ଲାଭର ସମ୍ଭାବନା ରହିଛି।
କନ୍ୟା : ଏହି ସପ୍ତାହଟି କନ୍ୟା ରାଶିର ଲୋକଙ୍କ ପାଇଁ ଭଲ ଅଟେ। ବ୍ୟବସାୟ କରୁଥିବା ଲୋକମାନେ ଅଗ୍ରଗତି କରିବେ। ଯେହେତୁ ଏବେ ଫେଷ୍ଟିଭ୍ ସିଜିନ୍ ଚାଲିଛି ତେଣୁ ସେମାନେ ଭଲ ଲାଭ ଏହାର ଉଠାଇପାରିବେ। ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ। କାମ କରୁଥିବା ଲୋକମାନେ ଆର୍ଥିକ ଲାଭ ପାଇବେ। ଆପଣ ସପ୍ତାହ ଶେଷରେ କିଛି ଉପହାର ଏବଂ ସମ୍ମାନ ଗ୍ରହଣ କରିପାରନ୍ତି।
ବିଛା : ଏହି ସପ୍ତାହରେ ଆପଣ ଅନେକ ପ୍ରସଙ୍ଗରେ ଉପକୃତ ହେବେ। କୌଣସି ସ୍ଥାନରୁ ଟଙ୍କା ପାଇବାର ସମ୍ଭାବନା ରହିଛି। କ୍ୟାରିୟର କ୍ଷେତ୍ରରେ ଆପଣ ବଡ଼ ସଫଳତା ପାଇପାରନ୍ତି। ଜୀବନରେ ପୁଣି ଥରେ ନୂଆ ଜିନିଷ ଏବଂ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇପାରେ। ଏକ ନୂଆ ଘର, ସମ୍ପତ୍ତି କିମ୍ବା ଗାଡ଼ି କିଣି ପାରନ୍ତି।
ମକର : ଏହି ସପ୍ତାହରେ, ମକର ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ଆୟ ବୃଦ୍ଧି ପାଇବ। ଆପଣଙ୍କ ଆର୍ଥିକ ଅବସ୍ଥାରେ ଶୀଘ୍ର ଉନ୍ନତି ହୋଇପାରେ। ଆପଣ ପଦ ଏବଂ ସମ୍ମାନ ପାଇବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
