ମାସକ ଭିତରେ ଆମେ ଭଲ ସ୍ଥିତିରେ ପହଂଚିବା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭିଡ଼ଠୁ ଦୂରେଇ ରହିବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର : ଓଡିଶା ଆଗାମୀ ଏକ ମାସ ଭିତରେ ଭଲ ସ୍ଥିତିରେ ପହଂଚିିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ ସ୍କୁଲ ଖୋଲିଲାଣି, ତେଣୁ ଅଭିଭାବଙ୍କ ଦାୟିତ୍ୱ ଲକ୍ଷଣ ଆସିଲେ ବାପ’ ମା ଟେଷ୍ଟ ଓ ଟ୍ରିଟ କରନ୍ତୁ । ଆମେ ଭିଡକୁ ଯିବା ନାହିଁ । ଚତୁର୍ଥ ଲହର ଏବେ ଆସିବା କହି ହେବ ନାହିଁ । ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭ୍ୟାରିଏଂଟରେ ମୃତ୍ୟୁ ବରଣ କରିଛନ୍ତି ତାହା ଜେନମ ସିକ୍ୟେୁନ୍ସି କଲେ ଜଣାପଡିବ । ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟୀକା ନେଇ ନଥିବା ଲୋକୋ ବି ଅଛନ୍ତି । ସେ କହିଛନ୍ତି ଯେ ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ତୃତୀୟ ଲହରରେ ଓଡ଼ିଶାରେ ଜଣେ ୧୨ ଦିନର ଶିଶୁର ବି ମୃତ୍ୟୁ ହୋଇଛି । ମହାମାରୀ ନିୟମ ଅନୁସାରେ ସଂକ୍ରମଣ ବଢିବ କମିବ । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା ବୋଲି ସେ କହିଛନ୍ତି । ତେଣୁ ମାସ୍କ ବ୍ୟବହାର ନିହାତି ଦରକାର ବୋଲି ସେ କହିଛନ୍ତି ।
