କେନ୍ଦ୍ରୀୟ କୃଷି ଆଇନର ଉପକାରିତା ବାବଦରେ ଆମେ ଦେଶର କେତେକ କୃଷକଙ୍କୁ ବୁଝାଇବାରେ ସଫଳ ହେଲୁନାହିଁ : କେନ୍ଦ୍ର କୃଷିମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏନେଇ ମତ ରଖି ମନ୍ତ୍ରୀ କହିଛନ୍ତି ଯେ ମୁଁ ଦୁଃଖିତ ଯେ କେନ୍ଦ୍ରୀୟ କୃଷି ଆଇନର ଉପକାରିତା ବାବଦରେ ଆମେ ଦେଶର କେତେକ କୃଷକଙ୍କୁ ବୁଝାଇ ପାରିବାରେ ସଫଳ ହେଲୁନାହିଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଦେଶ ସାକ୍ଷୀ ରହିଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ କୃଷକ ଏବଂ କୃଷି ପ୍ରତି ତାଙ୍କର ପ୍ରତିବଦ୍ଧତା ରହିଛି। ଫଳସ୍ୱରୂପ ଆପଣ ନିଶ୍ଚୟ ଦେଖିଥିବେ ବିଗତ ୭ ବର୍ଷ ମଧ୍ୟରେ କୃଷିକୁ ଲାଭଦାୟକ କରିବା ପାଇଁ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କୃଷି ସଂସ୍କାର ଦୃଷ୍ଟିରୁ କେନ୍ଦ୍ର ସରକାର ୩ଟି କୃଷି ଆଇନ ଆଣିଥିଲେ। ମୁଁ ଦୁଃଖିତ ଯେ ଦେଶର କେତେକ କୃଷକଙ୍କୁ ଆମେ ଏହି କୃଷି ନିୟମର ଉପକାରିତା ବାବଦରେ ବୁଝାଇବାରେ ସକ୍ଷମ ହୋଇନାହୁଁ। ଆମେ କୃଷକଙ୍କୁ କୃଷି ନିୟମ ବିଷୟରେ ବୁଝାଇବାକୁ ଚେଷ୍ଟା କରିଥଲୁ ହେଲେ ଆମେ ସଫଳ ହୋଇପାରିଲୁ ନାହିଁ।
ପ୍ରଧାନମନ୍ତ୍ରୀ କହିଥିଲେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ, ଦେଶର କୃଷି ଜଗତର ସ୍ୱାର୍ଥ ପାଇଁ, ଦେଶର ସ୍ୱାର୍ଥ ପାଇଁ, ଗାଁର ଗରିବ ଲୋକଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପୂର୍ଣ୍ଣ ଆନ୍ତରିକତା, କୃଷକଙ୍କ ପାଇଁ ସମର୍ପଣ ଭାବ ସହ ଏବଂ ଏକ ଉତ୍ତମ ଉଦ୍ଦେଶ୍ୟ ସହିତ ଏହି ଆଇନ ଅଣାଯାଇଥିଲା। ହେଲେ ଏପରି ଏକ ପବିତ୍ର ଜିନିଷ, ସମ୍ପୂର୍ଣ୍ଣ ଶୁଦ୍ଧ, କୃଷକଙ୍କ ସୁବିଧା ପାଇଁ, ଆମେ ଆମର ଉଦ୍ୟମ ସତ୍ତ୍ୱେ ଆମେ କିଛି ଚାଷୀଙ୍କୁ ଏହା ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତିଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ କୃଷକ ମଧ୍ୟ ସେମାନଙ୍କୁ ଏହି କୃଷି ନିୟମର ମହତ୍ତ୍ୱ ବୁଝାଇବା ପାଇଁ କଠିନ ଚେଷ୍ଟା କରିଥଲେ। ଆମେ ତିନୋଟି କୃଷି ନିୟମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏହି ମାସ ଶେଷରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ରହିଥିବା ସାମ୍ବିଧାନିକ ପ୍ରକ୍ରିୟା ସମାପ୍ତ କରିବୁ। ଏହା ସହ ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନ ବିରୁଦ୍ଧରେ ଧାରଣା ଦେଇଥିବା କୃଷକଙ୍କୁ ଫେରିଯିବା ପାଇଁ ନିବେଦନ କରିଛନ୍ତି।
ଶୁକ୍ରବାର ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏହା ସହିତ ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବାକୁ ସେ ଘୋଷଣା କରିଛନ୍ତି। ଏହି କମିଟିରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ କୃଷକ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ରହିବେ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ତଥା ଦଳର ସ୍ୱାର୍ଥ ପରିବର୍ତ୍ତେ ରାଷ୍ଟ୍ରୀୟ ସ୍ୱାର୍ଥରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା ଆନ୍ଦୋଳନରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ର ବିରୋଧି ତତ୍ତ୍ୱ। ସେମାନେ ଆନ୍ଦୋଳନକୁ ମାଧ୍ୟମ କରି ଦେଶର ଅପୂରଣୀୟ କ୍ଷତି କରିବାକୁ ଚାହୁଁଥିଲେ। ଏହାକୁ ନଜରରେ ରଖି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। କ’ଣ ପାଇଁ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରାଗଲା ତାହାର ଜବାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଚାଷୀଙ୍କୁ ଏହି ଆଇନ ବାବଦରେ ବୁଝାଇ ପାରିଲୁ ପାରିବୁ ନାହିଁ। ଆଉ ଏହି କାରଣରୁ ଆମେ ଏହାକୁ ପ୍ରତ୍ୟାହାର କରୁଛୁ। ଆଇନ ପ୍ରତ୍ୟାହାର କରାଯାଉଛି ହେଲେ ଏପରି ଏକ ପବିତ୍ର ଜିନିଷ, ସମ୍ପୂର୍ଣ୍ଣ ଶୁଦ୍ଧ, କୃଷକଙ୍କ ସ୍ୱାର୍ଥର ବିଷୟ, ଆମର ଉଦ୍ୟମ ସତ୍ତ୍ୱେ ଆମେ କେତେକ କୃଷକଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତିଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ କୃଷକ ମଧ୍ୟ ସେମାନଙ୍କୁ କୃଷି ନିୟମର ମହତ୍ତ୍ୱ ବୁଝାଇବାକୁ କଠିନ ପ୍ରୟାସ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କୃଷି ସଂସ୍କାର ଯାତ୍ରା ଜାରି ରଖିବେ। କୃଷି ସହ ଜଡିତ ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ, ଅର୍ଥାତ୍ ସଂସ୍କାର ଯାତ୍ରା ଜାରି ରହିବ।
