ଆମେ ମାନେ ନିର୍ବାଚିତ ହୋଇ ଆସିଛୁ ସାଧାରଣ ଲୋକଙ୍କ ବହୁ ସମସ୍ୟା ଉପରେ ଆଲୋଚନା ପାଇଁ : ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଆମେ ମାନେ ନିର୍ବାଚିତ ହୋଇ ଆସିଛୁ ସାଧାରଣ ଲୋକଙ୍କ ବହୁ ସମସ୍ୟା ଉପରେ ଆଲୋଚନା ପାଇଁ। କୃଷି ଠାରୁ ଆରମ୍ଭ କରି ରାସ୍ତା ଘାଟ ପାଣି ସମସ୍ୟା ରହିଛି ଆଲୋଚନା ପାଇଁ। ଲୋକେ ଅନେଇ ବସି ନାହାଁନ୍ତି ଅର୍ଚ୍ଚନା ନାଗ କଥା କୁ ଆଲୋଚନା କରି ଗୃହର ସମୟ ନଷ୍ଟ କରିବାକୁ। ଆମେ କେତେବେଳେ ବି ଭୟଭୀତ ନୁହେଁ। ସରକାର ସବୁବେଳେ ସବୁ କଥା ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଠିକ୍ ଫୋରମ୍ ରେ ଆସନ୍ତୁ। ବିଜେପି ନେତାଙ୍କ ସଂପୃକ୍ତି ଅଧିକ ବାହାରିବ ଅପେକ୍ଷା କରନ୍ତୁ। ଇଡି କୁ ସେମାନେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। କାହାର ଭାଇ ଙ୍କୁ ଇଡି ଜେରା କଲା କହିବାର ନାହିଁ। ଇଡି ତଦନ୍ତ କରୁଛି, ଯାହାର ସଂପୃକ୍ତି ଆସିବ ସେ ଦଣ୍ଡ ପାଇବ। ବିଧାନ ସଭା ସମୟର ଏଭଳି ପ୍ରସଙ୍ଗ ବାରମ୍ବାର ଆସୁଛି। ସମୟ ନଷ୍ଟ କରୁଛନ୍ତି ବିରୋଧୀ ଦଳ ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
