ପୌର ନିର୍ବାଚନ ଭୋଟ୍ ଗଣତି ଆରମ୍ଭ, ଜାଣନ୍ତୁ କିଏ କେଉଁଠି ଆଗୁଆ
ଭୁବନେଶ୍ୱର : ଆଜି ଇଭିଏମ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟରେଖା । ନିର୍ବାଚନ ଫଳାଫଳ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ତିନି ପ୍ରମୁଖ ଦଳ । ଆରମ୍ଭ ହେଲାଣି ଭୋଟ୍ ଗଣିତି । ଆଉ ମାତ୍ର କିଛି ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ଇଭିଏମ୍ ପେଡ଼ିରୁ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ । ଅନ୍ୟପକ୍ଷରେ କାଲିର ଗଣ୍ଡଗୋଳ ପାଇଁ ଭୁବନେଶ୍ୱରରେ ଗଣତି ବିଳମ୍ବ ହୋଇଛି। ଗତକାଲି ସନ୍ଧ୍ୟା ବେଳେ ରାଜଧାନୀର ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ୍ରେ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଥିଲେ ଲୋକେ ।
ପୁଲିସ ସୁରକ୍ଷା ଛାଉଣି ଭିତରେ ଥିବା ବିଜେବି କଲେଜ ସ୍ଥିତ ଷ୍ଟ୍ରଙ୍ଗରୁମରେ ଜଣେ ଅନାଧିକୃତ ବ୍ୟକ୍ତି ପଶିଥିବା ଅଭିଯୋଗ ଆଣିଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ। ଷ୍ଟ୍ରଙ୍ଗରୁମ ବାହାରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଜଗି ରହୁଥିବା ବେଳେ ସଂପୃକ୍ତ ଯୁବକ କିଏ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ । ପରେ ସଂପୃକ୍ତ ଯୁବକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା । ଏହି ସମୟରେ ଷ୍ଟ୍ରଙ୍ଗରୁମ୍ ସିସିଟିଭି କିଛି ସମୟ ପାଇଁ ବନ୍ଦ ହୋଇଯିବା ଓ ଷ୍ଟ୍ରଙ୍ଗରୁମ୍ ଭିତରେ ଅନାଧିକୃତ ଲୋକେ ପଶିଥିବା ଅଭିଯୋଗ କରି ଉପସ୍ଥିତ ପ୍ରାର୍ଥୀଙ୍କ ସମର୍ଥକମାନେ ପୁଣି ତାତି ଉଠିଥିଲେ । ସଂପୃକ୍ତ ଯୁବକଙ୍କ ସହ ଆଉ ଦୁଇ ଜଣଙ୍କୁ ଉପସ୍ଥିତ ଜନତା ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ।
ଜାଣନ୍ତୁ କିଏ କେଉଁଠି ଆଗୁଆ :
ବୌଦ୍ଧରେ ବିଜେଡି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ
ଢେଙ୍କାନାଳ ୬ନଂ ୱାର୍ଡ ରେ ବିଜେଡି ବିଜୟୀ
ଢେଙ୍କାନାଳ ୮ନଂ ୱାର୍ଡ ରେ ବିଜେପି ବିଜୟୀ
ଢେଙ୍କାନାଳ ୭ନଂ ୱାର୍ଡ ରେ ବିଜେପି ବିଜୟୀ
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ
ତୁଷୁରା ଏନଏସିରେ ବିଜେଡି ଆଗୁଆ
ଢେଙ୍କାନାଳ ୱାର୍ଡ ନଂ ୨ରେ ବିଜେଡି ଆଗୁଆ
ବିଜେପୁରରେ ବିଜେଡି ଆଗୁଆ
ବାଲେଶ୍ୱର ମୁନିସପାଲଟିରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ଆଠଗଡ଼ ଏନଏସିରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ବାଲେଶ୍ୱର ମୁନିସପାଲଟି ଅଧ୍ୟକ୍ଷ ଆସନରେ ବିଜେଡି ଆଗୁଆ
ବୌଦ୍ଧ ବିଜ୍ଞାପିତ ଅଞ୍ଚଳରେ ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ନୀଳଗିରି ଏନଏସିରେ ଅଧ୍ୟକ୍ଷ ଆସନରେ ବିଜେଡି ଆଗୁଆ
