ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା, ଆଜି ଆସିପାରେ ୨ ଅଭିଯୁକ୍ତଙ୍କ ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ
ସମ୍ବଲପୁର : ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ଆଜି ଆସିପାରେ ୨ ଅଭିଯୁକ୍ତଙ୍କ ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ । ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ହୋଇଥିବା ମିଛ ଧରା ପରୀକ୍ଷାର ରିପୋର୍ଟ ଆଜି ଆସିବା ନେଇ ସୂଚନା ମିଳିଛି । ଦୁଇ ଜଣଙ୍କ କଥାରେ ତାଳମେଳ ରହୁ ନଥିବାରୁ ଉଭୟଙ୍କୁ ଲାଏ ଡିଟେକସନ୍ ଟେଷ୍ଟ କରାଯାଇଥିଲା ।
ସେପଟେ ଦରକାର ପଡ଼ିଲେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟରୁ ଜଣାପଡ଼ିଛି ବୋଲି ରବିବାର କହିଥିଲେ ଏସପି । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି । ତଦନ୍ତର ଅଗ୍ରଗତି ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଛି ।
ସୂଚନା ଯେ, ବର୍ତ୍ତମା ସୁଦ୍ଧା ଏହି ଘଟଣାରେ ୩୧ ଜଣଙ୍କୁ ଜେରା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀ ଥିବା କହିଛନ୍ତି ସମ୍ବଲପୁର ଏସପି।
