ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ
ପୁରୀ : ଆଜି ଫାଲଗୁନ ଶୁକ୍ଳ ସପ୍ତମୀ ତିଥି । ଏହି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଏଥିନେମିନ୍ତେ ବୁଧବାର ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।
ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ସମ୍ପାଦକ କରିବେ । କଳା, ଧଳା, ହିରୁତାଳ, ହିଙ୍ଗୁଳ ଆଦି ରଙ୍ଗରେ ମହାବାହୁଙ୍କ ଶ୍ରୀମୁଖ ସିଙ୍ଗାର କରାଯିବ ।
