ଶ୍ରୀଲଙ୍କା ବିପକ୍ଷରେ ୭୪ତମ ଅନ୍ତର୍ଜାତୀୟ ଶତକ ହାସଲ କଲେ କୋହଲି
ଥିରୁଅନନ୍ତପୁରମ : ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଦିନିକିଆ କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି। ଭାରତ ଷ୍ଟାର ଯୁବ କ୍ରିକେଟର ଶୁବମନ ଗିଲ ଧୂଆଁଧାର ବ୍ୟାଟିଂ କରି ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି। ଗିଲଙ୍କ ପରେ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଛନ୍ତି । ବିରାଟ କୋହଲି ଅପରାଜିତ ୧୬୬ (୧୧୦ ବଲ୍, ୮ ଛକା, ୧୩ ଚୌକା) ରନ ସଂଗ୍ରହ କରିଛନ୍ତି ।
ବିରାଟ ୮୫ଟି ବଲ୍ ଖେଳି ୧୦ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ଶତକ ହାସଲ କରିଛନ୍ତି। ଏହା ହେଉଛି କୋହଲିଙ୍କ ୭୪ତମ ଅନ୍ତର୍ଜାତୀୟ ଶତକ। ବିରାଟ କୋହଲି ଏପର୍ଯ୍ୟନ୍ତ ୪୬ଟି ଦିନିକିଆ, ୨୭ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଶତକ ମାରିଛନ୍ତି।
