ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀଙ୍କ ହିଂସା କାଣ୍ଡ, ପୋଡି ଦେଲେ ୭ ଗାଡି
ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମ ଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ହିଂସା କାଣ୍ଡ ଭିଆଇଛନ୍ତି । ୭ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଏହା ସହ ୩ଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ ନେଇ ଯାଇଥିବା ସୁଚନା ମିଳିଛି ।
ତେଲେଙ୍ଗାନା ଛତିଶଗଡ ସୀମାନ୍ତରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାର୍ଯ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ ମାଓବାଦୀ । ହେଲେ ସିଆରପିଏଫ ବାହିନୀର ସୁରକ୍ଷା ବ୍ୟବସ୍ଥା ଭିତରେ ସେଠାରେ ଚାଲିଥିଲା ପୋଲ ନିର୍ମାଣ । ଗତ ମଙ୍ଗଳବାର ରାତିରେ ଠିକା କମ୍ପାନୀର କେମ୍ପରେ କେହି ନଥିବା ବେଳେ ୪୦ ରୁ ୫୦ଜଣ ସଶସ୍ତ୍ର ନକ୍ସଲ ସେଠାରେ ପହଞ୍ଚି ଏହି ହିଂସା କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଡିଆରଜି ବାହିନୀ ପହଞ୍ଚି କମ୍ୱିଂ ଅପରେସନ ଆରମ୍ଭ କରିଛନ୍ତି ।
