ନିର୍ବାଚନ ଆରମ୍ଭ ପୂର୍ବରୁ ହିଂସା! କଂଗ୍ରେସ ଭବନରେ ବୋମାମାଡ଼
ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ହିଂସାର ଆଭାସ ମଳିଛି। କଂଗ୍ରେସ ଭବନରେ ବୋମାମାଡ ହୋଇଛି। ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପେଟ୍ରୋଲ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ବୋମାମାଡରେ କୋଠାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମଳିଛି।
ଦେଶର ସର୍ବପୁରାତନ ଦଳରେ ଗୋଷ୍ଠୀ କନ୍ଦଳ ଏକ ପ୍ରକାରାର ସାଧାରଣ କଥା ପାଲଟିଛି। କିନ୍ତୁ ବେଳେ ବେଳେ ଏହା ହିଂସାତ୍ମକ ରୂପ ମଧ୍ୟ ନେଇଥାଏ। ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଂଗ୍ରେସ ଭବନରେ ପେଟ୍ରୋଲ ବୋମା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୋମାଟି ଗଛରେ ବାଜିଥିଲା। ଫଳରେ ଗଛଟି ଜଳିଯାଇଛି କିନ୍ତୁ କଂଗ୍ରେସ ଭବନର କୌଣସି କ୍ଷତି ହୋଇନାହିଁ। ତେବେ କିଏ ଓ କାହିଁକି କଂଗ୍ରେସ ଭବନକୁ ଟାର୍ଗେଟ କରି ପେଟ୍ରୋଲ ବୋମାମାଡ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ।
