ପୁଣି କୋଭିଡ୍ କଟକଣାକୁ ଉଲଂଘନ ! କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ
ପୁରୀ : କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପୁଣି ଥରେ କୋଭିଡ୍ କଟକଣାକୁ ଉଲଂଘନ । ହଜାର ହଜାର ପର୍ଯ୍ୟଟକଙ୍କ ଲାଗିଲା ଭିଡ । ଦୁଇ ଦିନ ଧରି ମନ୍ଦିର ବନ୍ଦ ରହିବା ପରେ ସୋମବାର ମନ୍ଦିର ଖୋଲାଯିବା ପରେ ଏହି ଭିଡ ଦେଖିବାକୁ ମିଳିଥିବା ଜଣାପଡିଛି । ସେହିପରି ଅନେକ ପର୍ଯ୍ୟଟକ ବିନା ମାସ୍କରେ ମନ୍ଦିର ପରିସରରେ ବୁଲୁଥିବାର ଦେଖାଦେଇଛି ।
କରୋନାର ଓମିକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠକୁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ କରିଥିଲେ । କିନ୍ତୁ କୋଭିଡ୍ କଟକଣା ଜାରି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସାମାଜିକ ଦୂରତା, ମାସ୍କ, ସାନିଟାଇଜ୍ ଉପରେ ଗୁରୁତ୍ବ ଦିଆଯାଇନଥିବା ଦେଖିବାକୁ ମିଳିଛି । ଏପଟେ ଅନେକ ପର୍ଯ୍ୟଟକ ବିନା ମାସ୍କରେ ମନ୍ଦିର ପରିସରରେ ମଧ୍ୟ ଦେଖାଦେଇଛି । କିନ୍ତୁ ସୋମବାର ସୂର୍ଯ୍ୟ ମନ୍ଦିର ଖୋଲିବା ପରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଦୁଇ ଦିନ ଧରି ମନ୍ଦିର ବନ୍ଦ ରହିବା ପରେ ସୋମବାର ମନ୍ଦିର ଖୋଲାଯିବା ପରେ ଏହି ଭିଡ ଦେଖିବାକୁ ମିଳିଥିବା ଜଣାପଡିଛି ।

