ସିନେ ଜଗତରେ କରୋନା ଭୟ ! ଜନ୍ ଆବ୍ରାହମ୍ ଓ ପତ୍ନୀ ପ୍ରିୟା ରୁଞ୍ଚାଲ୍ ସଂକ୍ରମିତ ଚିହ୍ନଟ
ମୁମ୍ବାଇ : ସମ୍ଭାବ୍ୟ ତୃତୀୟ ଲହରରେ କରୋନା ଆତଙ୍କ ଜାରି ରହିଛି । କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି । ବିଶେଷ କରି ଏହା ଏବେ ସିନେ ଜଗତ ଓ ଖେଳ ଦୁନିଆରେ ପ୍ରବେଶ କରୁଛି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ଜନ୍ ଆବ୍ରାହମ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ । ଜନ୍ ନିଜେ ଏହି ସୂଚନା ଦେଇ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ ଉଭୟ ଭ୍ୟାକ୍ସିନ୍ ନେଇସାରିଛନ୍ତି ତଥାପି ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ ଏବଂ ତାଙ୍କ ପତ୍ନୀ ପ୍ରିୟା ଦୁଇଟି ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି ।
ଏନେଇ ଜନ୍ କହିଛନ୍ତି ସେ ୩ ଦିନ ପୂର୍ବେ କାହା ସମ୍ପର୍କରେ ଆସିଥିଲେ, ଯାହାଙ୍କ କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା । ଜନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, “ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲି, ଯାହାଙ୍କର କରୋନା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା । ପ୍ରିୟା ଏବଂ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଆମେ ଦୁହେଁ ଘରେ କ୍ୱାରେଣ୍ଟାଇନରେ ରହିଛୁ ଏବଂ କାହା ସମ୍ପର୍କରେ ଆସୁନାହୁଁ । ଆମ ଦୁହେଁ ଭ୍ୟାକ୍ସିନ୍ ନେଇଛୁ ଏବଂ ଏବେ ସାମାନ୍ୟ ଲକ୍ଷଣ ରହିଛି। ଦୟାକରି ଭଲ ଏବଂ ସୁସ୍ଥ ରୁହନ୍ତୁ । ମାସ୍କ ପିନ୍ଧନ୍ତୁ ।
