ବାଲିଆପାଳରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୋଦ କୁମାର ପଣ୍ଡା
ବାଲିଆପାଳ : ଦୀର୍ଘଦିନର ବ୍ୟବଧାନ ପରେ ବାଲିଆପାଳ ବ୍ଲକର ନୂତନ ବିଡ଼ିଓ ଭାବରେ ବିନୋଦ କୁମାର ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଏହା ପୂର୍ବରୁ ସମ୍ବଲପୁର ମୁନିସିପାଲଟିର ଡେପୁଟି କମିଶନର ଥିଲେ । ବାଲିଆପାଳ ବ୍ଳକର ବିଡ଼ିଓ ଲଳିତ ସୋରେଙ୍ଗ ଏଠାରୁ ବଦଳି ହୋଇ ଯିବା ପରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ବିଡ଼ିଓ ଦାଇତ୍ୱରେ ଥିଲେ ।
ମଙ୍ଗଳବାର ତହସିଲଦାର ଶ୍ରୀ ଦାଶଙ୍କ ପାଖରୁ ନୂତନ ବିଡ଼ିଓ ଭାବରେ ଶ୍ରୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ଦାୟିତ୍ୱ ଗ୍ରହଣ କରି ବାଲିଆପାଳ ବ୍ଲକର ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି ।
