ଜିନ୍ଦଲ ସିମେଣ୍ଟର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ
ସୁନ୍ଦରଗଡ : ସୁନ୍ଦରଗଡ କୁତ୍ରା ବ୍ଲକରେ ଥିବା ଜିନ୍ଦଲ ସିମେଣ୍ଟର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ । ମଙ୍ଗଳବାର ଜମି ଅଧିଗ୍ରହଣକୁ ନେଇ ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଗ୍ରାମବାସୀ କଲେ ରାସ୍ତା ଅବରୋଧ । ପାଖାପାଖି ୫ ଶହ ଲୋକେ ବିରୋଧ କରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ଉତ୍ତେଜନାକୁ ଦେଖି ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
