ବାଲେଶ୍ୱର : ଗାଁ ମୁହାଁ ସମୁଦ୍ର, ଭୟଭୀତ ଲୋକେ
ବାଲେଶ୍ୱର : ପ୍ରାକୃତିକ ପରିବର୍ତ୍ତନ ମଣିଷର ଦମ୍ଭକୁ ଭାଙ୍ଗି ଦେଉଛି। କେତେବେଳେ ବାତ୍ୟା ତାର ମହା କରାଳ ରୂପ ଦେଖାଇ ଘର ଦ୍ବାର ଭାଙ୍ଗି ଜନ ଶୂନ୍ୟ କରିଦେଉଛି ତ କେତେବେଳେ ସମୁଦ୍ର ରୁ ଲୁଣା ଜଳ ମାଡ଼ି ଆସି ଘର ଦ୍ବାର ଧାନ ଚାଉଳ ପାଖରୁ ଆରମ୍ଭ କରି ଦୈନଦିନ ଜୀବନ ରେ ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ଉପକରଣ କୁ ଭସାଇ ନେଉଛି ପୁଣି କେତେବେଳେ ସମୁଦ୍ର ଗାଁ ମୁହାଁ ହୋଇ ଲୋକଙ୍କୁ ଡରାଉଛୁ। ବାତ୍ୟା ୟାଶ ପରେ ସମୁଦ୍ର ଢେଉରେ ନଷ୍ଟ ହୋଇଯାଇଛି ଝାଉଁ ଜଙ୍ଗଲ ସହିତ ବହୁ ପୂର୍ବରୁ ରହିଥିବା ଲୁଣିବନ୍ଧ । ଗାଁ ମୁହାଁ ସମୁଦ୍ର ହେଉଥିବାର ଦେଖି ଆତଙ୍କିତ ସମୁଦ୍ର କୂଳିଆ ଗାଁର ଲୋ କେ । ଜୀବନକୁ ବାଜି ଲଗାଇ ଜନ୍ମ ମାଟିରେ ପଡି ରହିଛନ୍ତି ସେମାନେ। ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଂଚାୟତର ସମୁଦ୍ର କୂଳିଆ ଗାଁ ଚାଉଳତି ରେ। ଗାଁରେ ୧୨୦ରୁ ଉର୍ଦ୍ଧ ଘର ଥିଲା ବେଳେ ଏକ ହଜାରରୁ ଅଧିକ ଲୋକ ବସବାସ କରନ୍ତି ! ଚଳିତ ବର୍ଷ ୟାସ୍ ବାତ୍ୟା ସମଗ୍ର ଓଡିଶା ବାସୀଙ୍କୁ ଆତଙ୍କିତ କରିଥିଲା ବେଳେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଧୋଇଯାଇଛି ଚାଉଳତି ଗ୍ରାମର ବାତ୍ୟା ରୋକା ପ୍ରାଚୀର ବିଶାଳ ଝାଉଁ ଜଙ୍ଗଲ। ଉପାଡି ପଡିଛି ବଡ଼ବଡ଼ ଝାଉଁ ଗଛ !
ସମୁଦ୍ରରେ ଲୀନ ହୋଇ ଯାଇଛି ଗାଁ କୁ ରକ୍ଷା ଦେଉଥିବା ସମୁଦ୍ର ପ୍ରାଚୀର ଲୁଣିବନ୍ଧ । ତେଣୁ ଅନାୟସରେ ଗାଁ ମୁହାଁ ହେବାରେ ଲାଗିଛି ସମୁଦ୍ର ! ପ୍ରାୟତ ୩ରୁ ୪ ଚେନ୍ ସମୁଦ୍ର ମାଡି ଆସିଛି ଗାଁ ଭିତରକୁ । ଗାଁକୁ ସୁରକ୍ଷା ଦେଉଥିବା ଲୁଣି ବନ୍ଧକୁ ଭସାଇ ନେଇଯାଇଛି ଭୟଙ୍କର ସମୁଦ୍ର ଜୁଆର। ଫଳରେ ଚାଷ ଜମିରେ ମାଡି ଯାଇଛି ସମୁଦ୍ରର ଲୁଣି ପାଣି ! ଗୃହ ପାଳିତ ପଶୁଙ୍କର ଚରା ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଛି । ସମୁଦ୍ରର ଗର୍ଜନ ଡ଼ରାଉଛି ଗାଁଲୋକଙ୍କୁ। କେତେବେଳେ ସୌନ୍ଦର୍ଯ୍ୟ ରେ ଭରପୁର ଚାଉଳତି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପ୍ରମାଦ ଗଣୁଛନ୍ତି ଗ୍ରାମବାସୀ । ଲହଡ଼ି ରୋକିବା ପାଇଁ ଖୁବ୍ ଶୀଘ୍ର ପଥର ପେଚିଙ୍ଗ ସହିତ ପଥର ବନ୍ଧ କରିବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରୁଛନ୍ତି । ଲୁଣି ବନ୍ଦ କରାଯାଇ ଲହଡ଼ି କୁ ରୁକା ନହେଲେ ଖାଲି ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନୁହେଁ ଏହି ପଞ୍ଚାୟତର ଚାରି ପାଞ୍ଚଟି ଗାଁ ସହିତ କଷାଫଳ, ବୁଳଂ,ସାଉଡି,ନୁଆଁ ଗାଁ,ପଞ୍ଚୁପାଲି ପଞ୍ଚାୟତର କିଛି ଗାଁ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି ।


