ବିଜୟ ହଜାରେ ଟ୍ରଫି : ମହାରାଷ୍ଟ୍ର ଟିମର ନେତୃତ୍ବ ନେବେ ଋତୁରାଜ
ମୁମ୍ବାଇ: ଓନପର ବ୍ୟାଟ୍ର ଋତୁରାଜ ଗାଏକ୍ବାଡ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ଜାତୀୟ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ମହାରାଷ୍ଟ୍ରର ୨୦ ସଦସ୍ୟ ଟିମର ନେତୃତ୍ବ ନେବେ । ରାଜ୍ୟ ଚୟନ କମିଟି ରାହୁଲ ତ୍ରିପାଠୀଙ୍କୁ ଉପଅଧିନାୟକ ନିଯୁକ୍ତ କରିଛନ୍ତି ।
ମହାରାଷ୍ଟ୍ର ଗ୍ରୁପ ଡି’ରେ ରହିଛି ଓ ରାଜକୋଟ୍ରେ ଟିମ ମ୍ୟାଚ୍ ଖେଳିବ । ଏହି ଗ୍ରୁପ୍ରେ ମଧ୍ୟପ୍ରଦେଶ, ଛତିଶଗଡ, କେରଳ, ଉତ୍ତରାଖଣ୍ଡ ଓ ଚଣ୍ଡିଗଡ ଟିମ ରହିଛି । ମହାରାଷ୍ଟ୍ର ପ୍ରଥମ ମୁକାବିଲା ବୁଧବାର ମଧ୍ୟ ପ୍ରଦେଶ ବିପକ୍ଷରେ ଖେଳିବ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଫକ୍ଷରୁ ଖେଳୁଥିବା ଋତୁରାଜ ଗାଏକ୍ବାଡ ଆଇପିଏଲ ୨୦୨୧ରେ ୧୬ଟି ମ୍ୟାଚ୍ରୁ ୪୫.୩୫ ଆଭରେଜ ଓ ୧୩୬.୨୬ ଷ୍ଟ୍ରାଇକ୍ ରେଟ୍ରେ ୬୩୫ ରନ୍ ସଂଗ୍ରହ କରିଥିଲେ ଓ ଅରେଞ୍ଜ କ୍ୟାପ୍ ବିଜେତା ରହିଥିଲେ । କ୍ୟାରିୟରର ପ୍ରଥମ ଆଇପିଏଲ ଶତକ ମଧ୍ୟ ହାସଲ କରିଥିଲେ ।
ମହାରାଷ୍ଟ୍ରର ୨୦ ସଦସ୍ୟ ଟିମ: ଋତୁରାଜ ଗାଏକ୍ବାଡ(କ୍ୟାପଟେନ), ରାହୁ ତ୍ରିପାଠୀ(ଭାଇସ-କ୍ୟାପଟେନ), ୟଶ ନାହର, ନୈଶାଦ ଶୈଖ, ଅମୀମ କାଜି, ଅଙ୍କିତ ବାବନେ, ଶାମଶୁଜାମା କାଜି, ମୁକେଶ ଚୌଧୁରୀ, ପ୍ରଦୀପ ଦାଧେ, ମନୋଜ ଇଙ୍ଗ୍ଲ, ଆଶା ପାଲକର, ଦିବ୍ୟାଂଗ ହିଙ୍ଗାନେକର, ଜଗଦୀଶ ଜୋପ୍, ସ୍ବପ୍ନିଲ କୁଲରାଗର, ଅବଧୂତ ଦାଣ୍ଡେକର, ଚରଣଜୀତ ସିଂହ, ସିଦ୍ଧେଶ ବୀର, ୟଶ କ୍ଷୀରସାଗର, ପବନ ଶାହ ଓ ଧନରାଜ ପରଦେଶୀ ।
