ଆଜି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଞ୍ଜନ ଦାଶ ଓ ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଜେରା କରିବ ଭିଜିଲାନ୍ସ
ଭୁବନେଶ୍ବର : ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଞ୍ଜନ ଦାଶଙ୍କୁ ରିମାଣ୍ଡରେ ନେବା ପରେ ପ୍ରଥମ ଦିନରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଚଢ଼ାଉ ବେଳେ ୩୮ଟି କ୍ରିପ୍ଟ ୱାଲେଟ ମିଳିଥିବା ବେଳେ ଗତକାଲି ଆହୁରି ୫୦ଟି ମିଳିଛି। ମୁମ୍ବାଇରୁ ଆସି ଖୋଳତାଡ଼ କ୍ରିପ୍ଟ କରେନ୍ସି ଏକ୍ସପର୍ଟ କରୁଛନ୍ତି। ସ୍ତ୍ରୀଙ୍କ ନାଁ ରେକ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା। ଆଜି ସ୍ବାମୀ-ସ୍ତ୍ରୀଙ୍କୁ ସାମ୍ନାସାମ୍ନି ଜେରା କରିବ ଭିଜିଲାନ୍ସ। ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ୱରରେ ହୋଇଥିଲା ମାରାଥନ ଚଢ଼ାଉ। ଭିଜିଲାନ୍ସ ପୁଅ ନାଁ ରେ ସେୟାର ମାର୍କେଟରେ ଟଙ୍କା ଲାଗିଥିବା ପ୍ରମାଣ ପାଇଛି। କିଛି ସ୍କାନର ଓ ୱେବସାଇଟ ଲିଙ୍କକୁ ନେଇ ବି ଖୋଳତାଡ଼ ଚାଲିଛି।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ। ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ରିମାଣ୍ଡରେ ଆଣି ନିହାର ରଞ୍ଜନ ଦାସଙ୍କ ଭିଜିଲାନ୍ସ କ୍ରିପ୍ଟୋ କରେନସିରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ଼ କରୁଥିବା ଜଣାଯାଇଛି।
