ବିଜୟ ଦିବସ : ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ବିଜୟ ଦିବସ ଅବସରରେ ଭାରତୀୟ ସଶସ୍ତ୍ର ବାହିନୀଙ୍କ ବିରତ୍ୱ ଏବଂ ବଳିଦାନକୁ ମନେ ପକାଇଛନ୍ତିା
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି , ୫୦ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୁଦ୍ଧ, ବୀରଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ବୀର ମାନଙ୍କ ମହାନ୍ ବୀରତ୍ୱ ଏବଂ ବଳିଦାନକୁମନେ ମନେ ପକାଉଛି । ଆମେ ଏକତ୍ର ମିଶି ଦମନକାରୀ ତାକତରେ ଲଢ଼ାଇ କରି ତାଙ୍କୁ ହରାଇଛୁ । ଢ଼ାକାରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିଶେଷ ମହତ୍ୱ ରହିଛି ।
୧୯୭୧ ଯୁଦ୍ଧରେ ବିଜୟ ଏବଂ ବାଂଲାଦେଶର ସ୍ୱାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଏ । ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିବାର ୫୦ ବର୍ଷ ପୂରୁଥିବାରୁ ୨୦୨୧କୁ ‘ସ୍ୱର୍ଣ୍ଣିମ ବିଜୟ ଦିବସ ବର୍ଷ’ ଭାବେ ପାଳନ କରାଯାଉଛି । ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ୫୦ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କର ଶୈର୍ଯ୍ୟ ଓ ଆତ୍ମବଳୀ ସ୍ମରଣ କରୁଛି । ଆମ ଏକତ୍ର ଲଢ଼ି ଅତ୍ୟାଚାରୀ ଶକ୍ତିକୁ ପରାସ୍ତ କରିଥିଲେ । ଢାକାରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ପରିଦର୍ଶକଙ୍କ ଖାତାରେ ସ୍ୱାକ୍ଷର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ସମଗ୍ର ଦେଶବାସୀଙ୍କ ତରଫରୁ ମୁଁ ୧୯୭୧ ଯୁଦ୍ଧର ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଉଛି । ଶୈର୍ଯ୍ୟର ଅତୁଳନୀୟ ଗାଥା ଲେଖିଥିବା ସାହସୀ ଯୋଦ୍ଧାମାନଙ୍କ ପାଇଁ ନାଗରିକମାନେ ଗର୍ବୀତ ।
