କର୍କଟ ରାଶିକୁ ଚଳନ କରିବେ ଶୁକ୍ର, ଏହି ତିନି ରାଶିଙ୍କ ଜୀବନରେ ମାଡି ଆସିବ ବଡ଼ ବିପଦ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ,ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଶୁକ୍ର ହେଉଛନ୍ତି ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରକ ବୋଲି ବିବେଚନା କରାଯାଏ । ଏ-ହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ ।
ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ର ଗୋଟିଏ ରାଶିରୁ ଅନ୍ୟ ରାଶିଚୁ ଚଳନ କରନ୍ତି । ସେତେବେଳେ କିଛି ରାଶିଙ୍କ ଉପରେ ପ୍ରଭାବ ପଡିଥାଏ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଶୁକ୍ର ଅଗଷ୍ଟ ୭ରେ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ଏହି ରାଶିରେ ଦିର୍ଘ ୨ ମାସ ଅର୍ଥାତ୍ ଅକ୍ଟୋବର ୪ ଯାଏଁ ରହିବେ। ତେବେ,ଶୁକ୍ର ଏହି ରାଶି ପରିବର୍ତ୍ତନ ଯୋଗୁଁ ତିନି ରାଶିଙ୍କ ଜୀବନରେ ବିପଦ ମାଡି ଆସିବ। ସେମାନଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡିବ । ସେମାନଙ୍କ ଜୀବନରେ ମାଡି ଆସିବ ବିପଦ । ଏପରିକି କ୍ୟାରିୟରରେ ଅସଫଳତାର ସାମ୍ନା କରିବା ସହ ବୈବାହିତ ଜୀବନରେ ଅଶାନ୍ତି ଦେଖାଦେବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ …
ଏହି ରାଶି ଗୁଡିକ ଉପରେ ପଡିବ ଶୁକ୍ରଙ୍କ କୋପ:
କନ୍ୟା : ଶୁକ୍ର କର୍କଟ ରାଶିକୁ ଚଳନ କଲେ କନ୍ୟା ରାଶିର ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡିବ। ସେମାନଙ୍କ ଜୀବନରେ ସମସ୍ୟା ଲାଗି ରହିବ। ହେବାକୁ ଥିବା କାମ ମଧ୍ୟ ବିଗିଡି ଯିବ । କେବଳ ସେତିକି ନୁହେଁ, କ୍ୟାରିୟରେ ମଧ୍ୟ ଆପଣ ଅସଫଳତା ପାଇବେ। ବିନା କୌଣସି କାରଣରେ ଆପଣ ଆଇନର ଜାଲରେ ଛନ୍ଦି ହୋଇ ପାରନ୍ତି । ଅର୍ଥହାନୀର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ନଚେତ୍ ବଡ କ୍ଷତି ସହିବେ। ଏହି ସମୟର ଶତ୍ରୃମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିବେ। ଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଏହି ସମୟରେ ଆପଣଙ୍କୁ ଦେଖିଚାହିଁ ଚଳିବାକୁ ପଡିବ।
କୁମ୍ଭ : ବ୍ୟବସାୟୀ ସହଯୋଗୀ ବା ପାର୍ଟନର ସିପରେ ବିବାଦ ଦେଖାଦେଇପାରେ। କୌଣସି ଏକ ବଡ ରୋଗରେ ଆପଣ ପୀଡିତ ହୋଇପାରନ୍ତି। ପିତାମାତଙ୍କ ସହ ବିବାଦ ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିବ । ମହିଳାମାନଙ୍କ ସହିତ ଅସଦାଚରଣ ଆପଣଙ୍କ ଭାବମୂର୍ତ୍ତିକୁ ଖରାପ କରିପାରେ। ପ୍ରେମ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ବିନା କାରଣରେ ଘରେ ସର୍ବଦା ଅଶାନ୍ତି ଲାଗି ରହିବ। ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳିବ ନାହିଁ। ଏନେଇ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି।
କର୍କଟ : ଶୁକ୍ର ଏହି ରାଶିକୁ ଚଳନ କଲେ। ଅଗଷ୍ଟ ୭ରୁ ଏହି ରାଶି ବ୍ୟକ୍ତିଙ୍କ ଜୀବନରେ ଦୁଖଃର ଦିନ ଆରମ୍ଭ ହେଉଛି । ଏହି ସମୟରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ ଆପଣଙ୍କ ମିତ୍ର ମାନେ ବି ଶତ୍ରୃ ହୋଇପାରନ୍ତି। ପ୍ରେମ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ଏପରିକି ଅଯଥା ଅଶାନ୍ତି କାରଣରୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ଆସିପାରେ । ଏହି ସମୟରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଛାଡି଼ ଯାଇପାରନ୍ତି । କୌଣସି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ ଆପଣ କୌଣସି କୋଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇପାରନ୍ତି । ଧାର କରଜରେ ଆପଣ ବୁଡି ରହିବେ। ଏବଂ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି।
